ଖଡିଆଳ ପୌର ପରିଷଦ ନିର୍ବାଚନ ରେ ବିଜେପି ଦଳୀୟ ପ୍ରାର୍ଥୀ ରୂପେ ବିକି ସିଂଘଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଖଡ଼ିଆଳ ନଗର ର ଅନ୍ତିମ ବ୍ୟକ୍ତିଙ୍କୁ ସରକାରୀ ଯୋଜନା ପହଞ୍ଚାଇବା ସହ ମୁଖ୍ୟ ସ୍ରୋତରେ ସାମିଲ କରିବୁ ବୋଲି ଶ୍ରୀ ସିଂଗଳ ପ୍ରକାଶ କରିଥିଲେ। ଆଜି ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଖଡ଼ିଆଳ ନଗର ଅଧ୍ୟକ୍ଷ ଏବଂ ୭ ଜଣ ୱାର୍ଡ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ନିକଟକୁ ପହଁଞ୍ଚିବ।ବିଜେପିକୁ ଆସ୍ଥା ଦେଲେ ନିଶ୍ଚିତ ରୂପେ ଖଡ଼ିଆଳ ବିକଶିତ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ପୂର୍ବତ୍ତନ ବିଧାୟକ ହିତେଷ କୁମାର ବଗର୍ତ୍ତି, ବାରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ଜିଲ୍ଲା କୃଷକ ମୌର୍ଚ୍ଚା ସଭପତି ଦେବ ଦେବ ସିଂ ଦେଓ ପ୍ରମୁଖ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post