କର୍ଲା ପାଟ : ଖରା ମାସ ଆରମ୍ଭ ହୋଇ ଯାଇ ଥିବାରୁ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଅଛି । ଜଙ୍ଗଳରେ ନିଆଁ ଲାଗିଲେ କେମିତି ଆୟତ୍ତ କରା ଯିବ ସେ ସଂପର୍କରେ ଏକ ସଚେତନତା ବୈଠକ ସ୍ଥାନୀୟ ଜଙ୍ଗଲ ବିଭାଗ ଓ ଅନ୍ତୋଦୟ ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ଥୁଆମୁଲ୍ ରାମପୁର ବ୍ଲକ୍ ଅନ୍ତର୍ଗତ କର୍ଲା ପାଟ ଠାରେ ଅନୁଷ୍ଟତ ହୋଇ ଯାଇଛି ।
ଖରା ମାସ ଆରମ୍ଭ ହୋଇ ଯାଇ ଥିବାରୁ ଜଙ୍ଗଳରେ ଅଧିକ ନିଆଁ ଲାଗିବାର ସମ୍ଭାବନା ଅଛି । ଜଙ୍ଗଲ ପାଖରେ ଥିବା ଗାଁ ଲୋକେ ମହୁଲ ଗୋଟେଇବା ପାଇଁ ମହୁଲ ଗଛ ତଳେ ନିଆଁ ଲଗାଇ ଥାନ୍ତି । ସେହି ନିଆଁ ଅଣାୟତ୍ତ ହୋଇ ଜଙ୍ଗଲକୁ ଧ୍ବଂସ କରି ଦିଏ । ଏହାକୁ ପ୍ରଶମିତ କରିବା ଉଧ୍ୟେସ ରେ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଫରେଷ୍ଟର ପଦ୍ମନ ଗହିର , ଫରେଷ୍ଟ ଗାର୍ଡ ଉମାକାନ୍ତ ପାଣିଗ୍ରାହୀ ଓ ଅନ୍ତୋଦୟ ର କାର୍ଯ୍ୟକର୍ତ୍ତା ମୁଖ୍ୟ ଅଂଶ ଗ୍ରହଣ କରିଥିଲେ। କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ ।