Uncategorizedସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା କାଉଡ଼ି ଵାଲା by Sunil Chandra NayakJuly 19, 20220100 Share0 କାଉଡ଼ି ଵାଲା ସୁରେଶ ଚନ୍ଦ୍ର ପାଢୀ ଆସ ଭାଇ ବୋଲ ବମ ରେ ଯିବା ଶ୍ରାବଣରେ ପାଣି ଭାର ଆମେ ଧରିବା ସବୁ ମନସ୍କାମନା ହୋଇବ ପୁର୍ଣ ସଦା ଶିବ ଦେବେ ଆମକୁ ବରଦାନ ହେଉ ମେଘ ହେଉ ଝଡ଼ ବତାସ ମନରେ ରଖିଛୁ ଆମେ ତ ସାହସ ରାତି ଦିନ ଆମେ ଖାଲି ପାଦେ ଚାଲିଲୁ ଡର ଭୟ ସବୁ ଛାଡି ଶିବଙ୍କୁ ଡାକିଲୁ କାଉଡ଼ି ଵାଲା ହୋଇ ସଂକଳ୍ପ ନେଲୁ ଶିବ ଙ୍କ ପାଇଁ ଘର ସଂସାର ଛାଡିଲୁ ତୁଣ୍ଡ ରେ ଧରିଲୁ ଶିବ ପଞ୍ଚାକ୍ଷର ଆମେ ଯିବୁ ଏବେ ଶିବ ମନ୍ଦିର କନ୍ଧ ରେ ଧରିଲୁ ପାଣି ଭାର କୁ ସାଥେ ଆଣିଛୁ ବେଲ ପତ୍ର କୁ ଶିବ ଙ୍କ ମଥାରେ ପାଣି ଚଢାଇ ଦେବୁ ଶିବ ଦରସନେ କାଉଡିଆ ମୁକତି ପାଇବୁ ଦେହରେ ପିନ୍ଧିଲୁ ଗେରୁଆ ବସ୍ତ୍ର କୁ ସାଙ୍ଗ ସାଥି ହୋଇ ଗଲୁ ବୋଲ ବମ କୁ ନାହିଁ ଆମ ଭିତରେ ହିଂସା ରାଗ ଦ୍ଵେସ ଆମେ ଲଭିବାକୁ ଆସିଛୁ ଶିବ ଙ୍କ ଆଶିଷ ବୁଗୁଡ଼ା,ଗଞ୍ଜାମ