ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

5 ଟି ରେ ସାମିଲ ହେବ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ

ଚନ୍ଦାହାଣ୍ଡି -(19/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ 5 ଟି ରେ ସାମିଲ ହେବ I ଏହି ଅବସରରେ ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର ଙ୍କ ନିର୍ଦେଶ କ୍ରମେ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝୀ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଭିତିଭୂମି ନିରୀକ୍ଷଣ କରିଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନଜରାନା ପରବିନ ଙ୍କ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ଗୌରହରି ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ପୂର୍ବତନ ସମ୍ପାଦକ ଗୋବିନ୍ଦ କୁମାର ଜୈନ, ସଦସ୍ୟ ଦିଲୀପ କୁମାର ଦାସ, ଶ୍ୟାମଲାଲ ସାହୁ, ହୃଦାନନ୍ଦ ମୁଣ୍ଡ, ଧୀରେନ୍ଦ୍ର ଜଗତ, ମହମ୍ମଦ ଇକବାଲ ପ୍ରମୁଖ ଯୋଗଦେଇ, ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାମତ ଗ୍ରହଣ କରି ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ସ୍ମାଟ କ୍ଲାସ ରୁମ, ଉନ୍ନତ ମାନର ବିଜ୍ଞାନଗାର, ଆଲୋକୀ କରଣ, ଉଚ୍ଚା ପାଚେରୀ, ଉନ୍ନତ ମାନର ପାଠାଗାର, ବାଳିକା ଶୌଚାଳୟ, ଖେଳପଡିଆ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା l ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମକରି ଏହି ବାଳିକା ବିଦ୍ୟାଳୟ 9.7.1999 ମସିହାରେ କିଛି ବୁଦ୍ଧିଜୀବୀ ମାନଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିବା ବେଳେ, ବହୁ ଘାତ ପ୍ରତିଘାତରେ ଏହା ଏବେ 23 ବର୍ଷରେ ପଦାର୍ପଣ କରିଛି l 23 ବର୍ଷର ପୁରୁଣା ତଥା ବ୍ଲକର ପ୍ରଥମ ବାଳିକା ବିଦ୍ୟାଳୟକୁ ସ୍ମlର୍ଟ ବିଦ୍ୟାଳୟରେ ପରିଣତ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିବା ସହ ପ୍ରଶାସନ ତଥା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ l ବେସରକାରୀ ଭାବେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟ ଏବେ ସରକାରଙ୍କ ଅଧୀନକୁ ଚାଲିଯାଇଥିବା ବେଳେ, ପୂର୍ବତନ ବିଦ୍ୟାଳୟ ପ୍ରତିଷ୍ଠାତା କମିଟି ମାନଙ୍କର ନାମରେ ଏକ ସ୍ମୃତିସ୍ତମ୍ଭ କରିବା ପାଇଁ ପୂର୍ବତନ ସମ୍ପାଦକ ଗୋବିନ୍ଦ କୁମାର ଜୈନ ପ୍ରସ୍ତାବ ଦେଇଥିଲେ l ଯଦି ପ୍ରଶାସନ ତରଫରୁ ଏହି ସ୍ମୃତିସ୍ତମ୍ଭ ତିଆରି କରାନଗଲେ ସମସ୍ତ ପୁରୁଣା କମିଟି ମିଶି ଅନୁଦାନ ଦେଇ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ l ଏହି ବୈଠକରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଲଷ୍ମୀଧର ନାୟକ, ପ୍ରଭାତୀ ମୁଣ୍ଡ, ସୁଚିତ୍ରା ଶତପଥୀ, ଦେବରାଜ ସାହୁ, ତରିଣୀ ସାହୁ ତଥା ପୂର୍ବତନ ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ

 

Related posts

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ନଙ୍ଗଳବେଡ଼ାରୁ ପତ୍ରାପଡ଼ାକୁ ରାସ୍ତା ନିର୍ମାଣ ଦାବି 

Sunil Chandra Nayak

ନିଆଁ ଲାଗି ଦଶ ଏକର ଜମି ପୋଡି ପାଉଁଶ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort