ଢେଙ୍କାନାଳ/୩୦.୦୭.୨୨ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମନ୍ଦାର ସ୍ଥିତ ସ୍ବରସ୍ବତୀ ଶିକ୍ଷା ମନ୍ଦିର ର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି ।ମୁଖ୍ୟ ଅତିଥି ଭାରତ ମାତାଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ, ଲଷ୍ମୀଧର ରାଉତ ସଭାପତିତ୍ୱ କରୁଥିବା ବେଳେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନାକରିଥିଲେ, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସନ୍ନମ୍ମାନିତ ଅତିଥି ମାନେ ଯୋଗ ଦେଇ ଭାରତୀୟ ସଂକୃତି ପରମ୍ପରା ରେ ଶିକ୍ଷlଦାନ ଆଗାମୀ ପିଢ଼ି ପାଇଁ ସ୍ୱରସ୍ୱତୀ ଶିକ୍ଷା ମନ୍ଦିର ଆଦର୍ଶ ଅନୁଷ୍ଠାନ ଭାବେ ଯଶ ଲାଭ କରିବ ବୋଲି ମତ ପ୍ରକାଶ କରିଥିଲେ, ଶିକ୍ଷା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ କୁନି ସାହୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ଲାଭ କରିଥିବା ଛାତ୍ର ଛାତ୍ରୀ କୁ ଅତିଥି ଗଣ ପୁରସ୍କୃତ କରିଥିଲେ, ଶେଷରେ ଶିକ୍ଷା ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପରିଶେଷ ରେ ଗୁରୁଜୀ ଲଷ୍ମୀଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଓ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ