କର୍ଲାପଡା / ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କର୍ଲାପଡା ଠାରେ ତା – ୧୬/୧୨/୨୨ ରିଖ ଦିନ ୨୪ ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବରେ ଭବାନୀପାଟଣା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଦୟାନିଧି ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ୧୭ ତାରିଖ ସମାରୋପ କାର୍ଯ୍ୟକ୍ରମରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଠାକୁର ଚରଣ ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ । ସଭାପତି ଶ୍ରୀ ରାମଚନ୍ଦ୍ର ଧଙ୍ଗଡା ମାଝୀ , ସମ୍ପାଦକ ଶ୍ରୀ ବୃଷଭ ବାହନ ପ୍ରଧାନ , ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ ଗଜେନ୍ଦ୍ର ସାହୁ ଯୋଗଦାନ କରିଥିଲେ। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟଙ୍କ ଶ୍ରୀ ବିଜୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା।ମୋଟ ୩୧୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ ଏଥିରେ ଅନୁଷ୍ଠାନର ଆଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ନାଗ କ୍ରୀଡା ପରିଚାଳନା କରିଥିଲେ । ସୁଶାନ୍ତ ନାଏକ,ଅନୀତା ପ୍ରଧାନ, ଗୋବିନ୍ଦ ନାଏକ, ସଂଯୁକ୍ତା ରଥ, ଅଶ୍ଵିନୀ ପ୍ରଧାନ ଓ ସମସ୍ତ ଗୁରୁଜୀ ଗୁରୁମା, ଅବିଭାବକ, ପରିଚାଳନା ସମିତି ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ବାର୍ଷିକ କ୍ରୀଡ଼ା ସମାପନ ହୋଇଥିଲା।
ଖୁସି ରାମ ସାହୁ , କର୍ଲା ପଡ଼ା