କେସିଙ୍ଗା – କଳାହାଣ୍ଡି ଜିଲ୍ଲାର କଶୃପଡ଼ା ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ଵାଗତ ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା ଶତପଥୀ, ମୁଖ୍ୟବକ୍ତା ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଅଧ୍ୟାପିକା ତୃଷ୍ଣା ଦେଓ ନବାଗତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଏକ ତପସ୍ୟା – ତାକୁ କିପରି ସାଧନ କରାଯାଇ ପାରିବ ସେ ବିଷୟରେ ବୁଝାଇଥିଲେ। ଏଥିରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥଲେ। ଏହି ଉତ୍ସବରେ ବେବିଲତା ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଦୀପାଞ୍ଜଳୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।