ନବରଙ୍ଗପୁର– ସୁବର୍ଣ୍ଣ ଜୟନ୍ତୀ ପାଳନରେ କଂଗ୍ରେସ ଦଳ କୁ ଅଣଦେଖା ଅଭିଯୋଗ।ନବରଙ୍ଗପୁର ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସର୍ବ ଦଳୀୟ କୁ ନେଇ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେବାକୁ ଥିବା ବେଳେ କଂଗ୍ରେସ ଦଳକୁ ଅଣଦେଖା କରାଯାଉଥିବା ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ସର୍ବ ଦଳୀୟ ମଞ୍ଚକୁ ନେଇ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।କିନ୍ତୁ ସର୍ବ ଦଳୀୟ ମଞ୍ଚ କହି କଂଗ୍ରେସ ଦଳର ପ୍ରତିନିଧି ତଥା ପୂର୍ବତନ ଛାତ୍ର ଭାବେ ନିମନ୍ତ୍ରଣ ନ କରି କେମିତି ସର୍ବ ଦଳୀୟ ହେଲା ଏବଂ କଂଗ୍ରେସ ଦଳର ପ୍ରତିନିଧି ମାନେ ସେଠାକୁ ଗଲେ କଣ ଅପବିତ୍ର ହେଉଛି କି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।ଆମକୁ ନିମନ୍ତ୍ରଣ ନ କଲେ ନାହିଁ କିନ୍ତୁ ନବରଙ୍ଗପୁର ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍