ଡାବୁଗାଁ, ୧୭/୧୨ (ମ.ନି.ସ.)-ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ବିଜାପୁର ଗ୍ରାମ ନିକଟ ପବିତ୍ର ମଣ୍ଡଳଙ୍କ କୃଷି ଫାର୍ମ ଫାଟକ ପାଖରେ ବନୁ ଭତ୍ରା (୬୫) ଶୁକ୍ରବାର ରାତ୍ରିରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧିନ ବିଜାପୁର ଗ୍ରାମ ନିକଟ ପବିତ୍ର ମଣ୍ଡଳଙ୍କ କୃଷି ଫାର୍ମ ରେ ଉମରକୋଟ ବ୍ଲକ ଅଧୀନ ରାଜପୁର ଗ୍ରାମର ବନୁ ଭତ୍ରା (୬୫) ଗତ ୬ ମାସ ହେଲା ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରି ଆସୁଥିଲେ | ଶୁକ୍ରବାର ବିଜାପୁର ଗ୍ରାମରେ ଦିଆଲି ପର୍ବ ପାଳନ ହେଉଥିବାରୁ ବନୁ ଭତ୍ରା ସେହି ଗ୍ରାମକୁ ଦିଆଲି ପର୍ବ ରେ ସାମିଲ ହୋଇଥିଲେ | ବିଳମ୍ବିତ ରାତ୍ରିରେ ଉକ୍ତ ଗ୍ରାମରୁ ଫାର୍ମକୁ ଫେରିଥିଲେ | ଫାର୍ମର ଫାଟକ ପାଖରେ ଝୁଣ୍ଟି ପଡି ତଳେ ପଡି ଯାଇଥିଲେ | ରାତି ସାରା ଶୀତ କାକରରେ ପଡି ରହିବାରୁ ତାଙ୍କର ମୃତ୍ୟୁ ଘଟିଥିଲା | ଶନିବାର ସକାଳୁ ଲୋକେ ଦେଖି ଡାବୁଗାଁ ଥାନା କୁ ଖବର ଦେଇଥିଲେ | ଖବର ପାଇ ଥାନା ଆଇଆଇସି ପ୍ରମୋଦ କୁମାର ନାୟକ ଓ ଏଏସଆଇ ଶିଶିରକାନ୍ତ ଘୋଷ ଘଟଣାସ୍ଥଳରେ ପହଞ୍ଚି ଦଦନ୍ତ କରିଥିଲେ | ପରେ ମୃତକର ପରିଚୟ ଜାଣିବା ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ପହଞ୍ଚିବା ପରେ ମୃତକର ପୁଅ ସୁକଦାସ ଭତ୍ରା ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ସବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି |ଏ ନେଇ ଥାନା କେସ ନଂ ୩୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ