ତେନ୍ତୁଳିଖୁ୍ଣ୍ଟି ୧୭/୧୨/୨୨: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଖାତିଗୁଡା ଠାରେ ନବରଙ୍ଗପୁର ସଙ୍କୁଳସ୍ତରୀୟ ଖେଳକୁଦ ସମାରୋହ ସ୍ଥାନୀୟ ଖାତିଗୁଡା ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ ଘାଟନ ଉତ୍ସବରେ ତେନ୍ତୁଳିଖୁଣ୍ଟି ର ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ମଧୁସୂଦନ ବାଗ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ଟିର ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ମଞ୍ଚାସୀନ ଅତିଥି ରୂପେ ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନା ସମିତିର କୋଷାଧକ୍ଷ ମନୋଜ କୁମାର ମହାପାତ୍ର , ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ , ନବରଙ୍ଗପୁର ସଙ୍କୁଳ ସଂଯୋଜକ ଦେବେନ୍ଦ୍ର ଧାକଡ ,ସଙ୍କୁଳ ଶାରୀରିକ ପ୍ରମୁଖ ମୁକୁନ୍ଦ ଯାନୀ ଯୋଗ ଦେଇଥିଲେ । ଏଥିରେ ନବରଙ୍ଗପୁର ସଙ୍କୁଳ ଅନ୍ତର୍ଗତ ଆଠଟି ଶିଶୁ ମନ୍ଦିରର ପ୍ରାୟ 170 ଜଣ ଛାତ୍ର ଛାତ୍ରୀ 46 ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡା ପରିଚାଳନା କୋରାପୁଟ ବିଭାଗର ଖେଳକୁଦ ପ୍ରମୁଖ ଓ କ୍ରୀଡା ପ୍ରମୁଖ ସୁଜିତ କୁମାର ଘଣା ଓ ପରଦେଶୀ ପୂଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ସମସ୍ତ ଶିଶୁ ମନ୍ଦିରର କ୍ରୀ୍ଡା ପ୍ରମୁଖ ତଥା ସ୍ଥାନୀୟ ଇନ୍ଦ୍ରାବତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଏଥିରେ ସହଯୋଗ କରିଥିଲେ । ସମାପନ ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରମୁଖ ହରେକୃଷ୍ଣ ବିଷୋୟୀ, ନବରଙ୍ଗପୁର ସଙ୍କୁଳ ପ୍ରମୁଖ ସଂଜୀବ ତ୍ରିପାଠୀ ତଥା ସମସ୍ତ ନବରଙ୍ଗପୁର ସଂକୁଳ ଅନ୍ତର୍ଗତ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଯୋଗ ଦେଇ ବିଭିନ୍ନ ବିଭାଗ ରେ କୃତିତ୍ତ୍ଵ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଶିଶୁ ମନ୍ଦିରର ଆଚାର୍ଯ୍ୟ ଜିତେନ୍ଦ୍ରିୟ ମହାନ୍ତ ପରିଚାଳନା କରିଥିଲେ। ସର୍ବୋପରି ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ବିମଳକୁମାର ବେହେରା ଓ ସଭାପତି ସୁରେନ୍ଦ୍ର ନାଥ ରାଉତ ଙ୍କ ତତ୍ତ୍ବାବଧାନ ରେ ସ୍ଥାନୀୟ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା,ସେବକ,ସେବିକା,ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏପରି ଏକ ସଂକୁଳ ସ୍ତରୀୟ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କୁ ସଙ୍କୁଳ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି