ଭବାନୀପାଟଣା:୧୭/୧୨ – ମ.ନି.ସ:- ଛତିଶଗଡ଼ ରାଜ୍ଯ ରାୟପୁରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ବ ଡବଲ୍ସ ଟେନିସ୍ ପ୍ରତିଯୋଗିତାରେ କଳାହାଣ୍ଡି ଟେନିସ୍ ଆସୋସିଏସନ୍ ର ଖେଳାଳୀ ଶ୍ରୀ ମନୋଜ ଅଗ୍ରଓ୍ବାଲ ଏବଂ ଶ୍ରୀ ପ୍ରବୀଣ ଜୈନ୍ ରନର୍ସଅଫ୍ ହୋଇ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ଟେନିସ୍ ନିମନ୍ତେ କୃତିତ୍ୱ ଆଣିଛନ୍ତି। ଆ.ଇ.ଟି,ଅଫ୍ (International tennis federation ) ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଶ୍ରୀ ମନୋଜ ଅଗ୍ରଓ୍ବାଲ ଓ ଶ୍ରୀ ପ୍ରବୀଣ ଜୈନ୍ MT – 200 ଇଭେଣ୍ଟରେ ସେମିଫାଇନାଲରେ ଶ୍ରୀ ଅରଭିନନ୍ଦର ସିଂ ଓ ଶ୍ରୀ ସୁରିନ୍ଦର ସିଂ ଙ୍କୁ ପରାସ୍ତ କରି ଫାଇନାଲ୍ ରେ ପ୍ରବେଶ ପୂର୍ବକ ଭାରତୀୟ 14 ତମ ରେଙ୍କ୍ ଖେଳାଳୀ ଶ୍ରୀ ପରାଗ ଆତ୍ରେ ଓ ଶ୍ରୀ ପ୍ରକାଶ ଅଶ୍ବିନୀ ଙ୍କ ଠାରୁ ଏକ ଅଭୂଲା ଖେଳ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ବଜାୟ ରଖି ପାରିଥିଲେ। ଆନ୍ତର୍ଜାତୀୟ ଟେନିସ୍ ଆସୋସିଏସନ ଦ୍ବାରା ଆୟୋଜିତ ଉପରୋକ୍ତ ଟୁର୍ନାମଣ୍ଟରେ ରନର୍ସ ହୋଇ ନିଜ ଜନ୍ମମାଟିର ନାମ କୁ ବିଶ୍ବ ସ୍ତରରେ କଳାହାଣ୍ଡିର ନାମକୁ ଲିପିବଦ୍ଧ କରିଥିବାରୁ କଳାହାଣ୍ଡି ଟେନିସ୍ ଆସୋସିଏସନ୍ ର ଖେଳାଳୀ ତଥା କଳାହାଣ୍ଡି ସଦସ୍ୟ ଶ୍ରୀ ସନ୍ତୋଷ ମୁଣ୍ଡ, ଶ୍ରୀ ସଞ୍ଜୀବ ନାଏକ, ଶ୍ରୀ ଅଶ୍ବିନୀ ସାହୁ, ଶ୍ରୀ ମହମ୍ମଦ କାଜିର,ଏସୋସେଏସନ୍ ର ସଭାପତି ତଥା ଜୁନାଗଡ ବିଧାୟକ ଶ୍ରୀ ଦିବ୍ଯଶଙ୍କର ମିଶ୍ର, ଶ୍ରୀ ରାଜେଶ ଅଗ୍ରଓ୍ବାଲ,ଶ୍ରୀ ନରେଶ ମାଝୀ,ଶ୍ରୀ ଶୁଭ୍ରାଂଶୁ ମହାନ୍ତି, ଶ୍ରୀ ଗଣେଶ୍ବର ପଟ୍ଟନାୟକ,ଶ୍ରୀ ରିଟେଶ ଜୁନିଅର ଏବଂ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଉଭୟ ଖେଳାଳୀ ଙ୍କ ସ୍ବାଗତ କରିବା ସହ ଉଭୟ ଖେଳାଳୀଙ୍କ ଉତ୍ତରତ୍ତର ଉନ୍ନତ କାମନା କରିଥିଲେ।