ଭବାନୀପାଟଣା : ନିଜର ପରିବାର ସହିତ ହସ ଖୁସିରେ ବିତୁଥିଲା ଲବ ଦୁର୍ଗା ଙ୍କ ଜୀବନ l ତାଙ୍କର ଛୋଟିଆ ପରିବାର କୁ ନେଇ ସେ ଅତି ସୁନ୍ଦର ରେ ରହୁଥିଲେ l ହେଲେ ହଠାତ ପରିବାର ରେ ମାଡିଗଲା କଲା କଳା ବାଦଳ ଛାଇ l କୌଣସି ଏକ ଜାଗାକୁ ଲବ ଦୁର୍ଗା ଯାଉଥିବା ବେଳେ ଦୁର୍ଘଟଣା ରେ ତାଙ୍କର ଦୁଇଟି ଗୋଡ ଆଉ କାମ ଦେଲାନାହିଁ l ଫଳରେ ସେ ଦେଖୁ ଦେଖୁ ଦିବ୍ୟାଙ୍ଗ ହୋଇଗଲେ l ବାହାର କୁ ଟିକେ ବୁଲିବା, ଲାଟ୍ରିନ ଯିବା ଆସିବା ସମୟରେ ଅନେକ ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିଲେ ଲବ lଏପରି ଏକ ଘଟଣା ଭବାନୀପାଟଣା ବ୍ଳକ ଗୋବରା ଗାଁ ରେ ଦେଖିବାକୁ ମିଳିଥିଲା l ଏହି ସମସ୍ୟା ବିଷୟରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ଯଶୋବନ୍ତ ରଣା ଜାଣିବା ପରେ ତାଙ୍କର ସମସ୍ତ ଡକୁମେଣ୍ଟ ସଂଗ୍ରହ କରି ଡ଼ିଏସଏସଓ ମଦନଜିତ ହୋତା ଙ୍କ ସହ ଯୋଗାଯୋଗ କରି ଏକ ଟ୍ରାଇ ସାଇକଲ ଦେବାକୁ ନିବେଦନ କରିଥିଲେ l ଏହାର ତଦନ୍ତ କରି ତୁରନ୍ତ ଏକ ଟ୍ରାଇ ସାଇକଲ ଦେବାକୁ ଭବାନୀପାଟଣା ବ୍ଲକ ପ୍ରଶାସନ ଙ୍କୁ ନିର୍ଦେଶ ଦେବାପରେ ବ୍ଳକ ପ୍ରଶାସନ ପକ୍ଷରୁ ଲବ ଦୁର୍ଗା ଙ୍କୁ ଏକ ଟ୍ରାଇସାଇକଲ ପ୍ରଦାନ କରିଛନ୍ତି l ଟ୍ରାଇସାଇକଲ ପାଇବା ପରେ ଲବ ଦୁର୍ଗା ଡ଼ିଏସଏସଓ ମଦନଜିତ ହୋତା, ସ୍ବେଛାସେବୀ ଯଶୋବନ୍ତ ରଣା, ଅରୁଣ ମହାପାତ୍ର, ଗୋକୁଳ ସାହୁ ଙ୍କୁ ସାଧୁବାଦ ଜଣେଇଛନ୍ତି l
ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ