ଅମାନିଆଁ ଶ୍ରାବଣ
ଏମିତି ଅବୁଝା ଏଇ ଶ୍ରାବଣ ଟା
ମାନେନାହିଁ ମୋର କଥା
ବରସି ଯାଏସେ କାହା ଅଗଣାରେ
ମୋର ହୁଏ ମୁଣ୍ଡ ବଥା
ମୋ ପାଖେ ତାହାର ଭାରି ଚାଟୁକୁହା
ଟିକିଏ ନଥାଏ ଆସ୍ଥା
ଏମିତି ଅବୁଝା ଏଇ ଶ୍ରାବଣ ଟା
ମାନେନାହିଁ ମୋର କଥା………..
କେତେ ଭଲ ଲାଗେ ତାର ଆଗମନ
ଭିଯାଏ ତା ପ୍ରେମ ଧାର
ସେଇଧାରେ ପ୍ରେମ ମୋର ଧମନୀରେ
ଅଙ୍କିଛି ଶେଷ ସ୍ବାକ୍ଷର
ସଜାଇ ଦେଇଛି ମନ ଉପବନେ
ଶିରାବଣ ଫୁଲ ପେନ୍ଥା
ଏମିତି ଅବୁଝା ଏଇ ଶ୍ରାବଣଟା
ମାନେନାହିଁ ମୋର କଥା………..
କେଉଁ ସମ୍ମୋହିନୀ ମନ୍ତରର ପାଣି
ସିଞ୍ଚିଲା ମୋର ଦେହର
ଦେହଳି ମୋର କେଉଁ ଅନୁରାଗେ
ଛୁଇଁ ଯାଏ ବାରମ୍ବାର
ଅମାନିଆଁ ଆଉ ହୁଏନି ଶ୍ରାବଣ
ଏବେଫାଙ୍କା ଆମ ରାସ୍ତା
ଏମିତି ଅବୁଝା ଏଇ ଶ୍ରାବଣଟା
ମାନେନାହିଁ ମୋର କଥା………
ସିତାଂଶୁ ଜେନା