ଗରୀବ ଆଦିବାସୀଙ୍କ ଜଙ୍ଗଲ ଜମି ରେ ବିଭାଗୀୟ ଅଧିକାରୀ ଙ୍କ ବୃକ୍ଷ ରୋପଣ ଉଦମ୍ୟ,
ବହୁ ବର୍ଷରୁ ଜଙ୍ଗଲ ଜମି ଅଧିକାର କରି ପରିବାର ପ୍ରତିପ୍ରୋଷଣ କରୁଥିଲେ
ହେଲେ ହଟାତ୍ ଜଙ୍ଗଲ ଅଧିକାରୀ ବଳ ପୂର୍ବକ ବୃକ୍ଷ ରୋପଣର ନିଷ୍ପତ୍ତି ଯୋଗୁଁ ଉଦବେଗ ପ୍ରକାଶ
ଗୋଲାମୁଣ୍ଡା /30/7/23/ନିର୍ଭୟ, ନିରପେକ୍ଷ ମସିହା /ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ରେର୍ଞ୍ଜ ଅଧୀନରେ ଥିବା ସର୍ଗିଗୁଡ଼ା ନାଗେସ ପାହାଡ ଜଙ୍ଗଲରେ, । ଜଙ୍ଗଲ ବିଭାଗ ଅଧିକାରୀ ହଟାତ ବୃକ୍ଷ ରୋପଣ କରିବାକୁ ଉଦ୍ୟମ କରିବାରୁ ଚାଷ କରୁ ଥିବା ମହିଳା ଓ ପୁରୁଷ ମାନେ ଉପସ୍ଥିତ ହୋଇ ନେହୁରା ହୋଇ ଏପରି ନ କରିବାକୁ ଅନୁରୋଧ କରିଥିଲେ । ସେମାନେ କହିବା ମୁତାବକ ଉକ୍ତ ଜଙ୍ଗଲ ଜମିରେ ବହୁ ବର୍ଷ ଧରି ଆମ୍ଭେ ସର୍ଗୀ ଗୁଡାର ପାଞ୍ଚ ଛଅ ପରିବାର ଜଙ୍ଗଲ ଜମି ଅଧିକାର କରି ଚାଷ କରି ପରିବାର ଙ୍କ ଜୀବିକା ଉପାର୍ଜନ କରି ଆସୁଛି,ଏହି ଜମିର ଚାଷ ଉପରେ ପରିବାରଙ୍କ ଭରଣ ପୋଷଣ ନିର୍ଭର କରୁଥିବା କୁନ୍ତୀ ସାଗର, ସାଇଦା ସାଗର, ନାଇନ ସାଗର, ମିନାକି ସାଗର, ଦୁସିଲା ସାଗର ପ୍ରମୁଖ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିକଟରେ ନେହୁରା ହୋଇ କନ୍ଦା ବୋବାଲି କରିବା ସହ ମହିଳା ମାନେ କାନ୍ଦି କାନ୍ଦି ଭୂମିରେ ଲୋଟି ଯାଇଥିବା ଶବ୍ଦରେ ଜଙ୍ଗଲ ଉଠି ପଡୁଥିଲା , ଏଭଳି ଦୃଶ୍ୟ ଙ୍କୁ ମସିହା ନିୟୁଜ କଏଦ କରି ଥିଲେ,। ହେଲେ ସରକାରୀ କର୍ମଚାରୀ ହେଲେ ହେଁ ମଣିଷର ସମ୍ବେଦନଶୀଳତା ରଖି ଥିବା ବନ ବିଭାଗର ଅଧିକାରୀ ଙ୍କ ମହିଳା ଙ୍କ କ୍ରନ୍ଦନରେ ହୃଦୟ ତରଳି ଯିବାରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପୂର୍ଣ ଭାବେ ବନ୍ଦକରାଯାଇଛି ବୋଲି କହିଥିଲେ।,ମହିଳାଙ୍କ କହିବା ଅନୁଯାୟୀ ଏହି ଜମି ଛାଡି ଦେଲେ ସେମାନଙ୍କ ପାଖରେ ଜୀବନ ନିର୍ବାହ ପାଇଁ ଆଉ କୌଣସି ବିକଳ୍ପ ନାହିଁ, ଏହି ବିଷୟରେ ଫରେଷ୍ଟର. ରେଞ୍ଜର. ଡିଫ୍ଓ. କଲେଟର ଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ ଆଜି ପ୍ରଯ୍ୟନ୍ତ ସରକାର କୋଣସି ପଦକ୍ଷେପ ଏ ପ୍ରଯ୍ୟନ୍ତ ନେଉ ନାହାନ୍ତି, ତେଣୁ ଫରେଷ୍ଟର ରମେଶ କୁମାର ପଣ୍ଡା ପ୍ରତିସୃତି ଦେଇଛନ୍ତି ଯେ ୫ଦିନ ଭିତରେ ମିଟିଙ୍ଗ କରି ସମାଧାନ କରିବା ପାଇଁ ଏବଂ ତିନି ମାସ ଭିତରେ କାଗଜ ପତ୍ର ରେଡି କରିବାକୁ ଅନୁମତି ଦିଆଯାଇଛି ।
ଏଠି ପ୍ରଶ୍ନ ଉଠିଛି ସରକାର ଭୂମି ହୀନଙ୍କୁ ଜମି ପ୍ରଦାନ କରିବାକୁ ନେଇ ଡିଙ୍ଗରା ପିଟୁ ଥିବା ବେଳେ କାହିଁକି ସରକାର କେବେ ଏମାନଙ୍କ ଗୁହାରି ଶୁଣିବେ ତାହା ଦେଖିବାକୁ ବାକି ରହିଲା, ଏହି ସମ୍ପର୍କରେ ସେହି ଅଞ୍ଚଲର ଫରେଷ୍ଟର ରମେଶ କୁମାର ପଣ୍ଡା ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଛନ୍ତି ଯେ ସରକାରଙ୍କ ନିର୍ଦେଶ କ୍ରମେ ଦୁଇ ହେକ୍ଟରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଥିଲା, ହେଲେ ବହୁ ଦିନରୁ ଚାଷ କରି ଆସୁଥିବା ଚାଷୀ ମାନେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିବାରୁ ବୃକ୍ଷ ରୋପଣ କାର୍ଯ୍ୟ ସ୍ଥକିତ ରହିଲା ବୋଲି ଫୋନରେ ପ୍ରତିକ୍ରିୟା ଦେଇ ଥିଲେ।
ଗୋଲାମୁଣ୍ଡା ରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,