ମ,ରାମପୁର,୧୬/୮(ମସୀହା):- ଯୁଗେ ଯୁଗେ କବି ର ଲେଖନୀ ଜାତୀୟ ଭାବ ସୃଷ୍ଠି କରିଛି। କବିତା ରେ ଅନେକ ସାଧାରଣ ଜନତା ପ୍ରଭାବିତ ହେଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେଇଛନ୍ତି। ତେଣୁ କବି ହେଉଛି ସମାଜ ରେ ପରିବର୍ତ୍ତନ ର ସୂତ୍ର ଧର ବୋଲି ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସର ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସ୍ଵାଧୀନତା ଦିବସ ଦିନ ଆୟୋଜିତ ଦେଶାତ୍ମକବୋଧ କବିତା ପାଠ ଉତ୍ସବ ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ମ.ରାମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ,ସମ୍ମାନିତ ଅତିଥି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ,ସମ୍ମାନିତ ବକ୍ତା ଅଧ୍ୟାପକ ସୁବୋଧ କୁମାର ଶତପଥୀ, ମୁଖ୍ୟ ବକ୍ତା କବି,ନାଟ୍ୟକାର ତଥା ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଯୋଗ ଦେଇ ଥିଲେ। ସୁଶ୍ରୀ ସରସ୍ଵତୀ ମିଶ୍ର ଙ୍କ ସଂଯୋଜନା ରେ ସୁରେନ୍ଦ୍ର ମହାଖୁଡ, ଅରୁଣ ପ୍ରଧାନୀ , କୀର୍ତ୍ତନ ଘିଭେଲା, ଝରଣା ପ୍ରଧାନୀ, ନାରାୟଣ ମହାଳିକ, ଅନ୍ୱେଷା ସାହୁ, ମାନସ ରଞ୍ଜନ ପ୍ରହରାଜ, ମଧୂ ସୁଦନ ରାଉତ, ରାମେଶ୍ବର ପ୍ରସାଦ ସାହୁ,ନରସିଂହ ଥାପା, ଶରତ ଚନ୍ଦ୍ର ଭୋଇ, ପରମାନନ୍ଦ ବିଶି, ମେଦିନୀ ଧର ଜାନୀ, କୁମୁଦ ନାଏକ, ପିତାମ୍ବର ଗଉଡ, ନିରଞ୍ଜନ ମହାରଣା,ସୁଶାନ୍ତ ମିଶ୍ର, ସରସ୍ୱତୀ ମିଶ୍ର, ହେମନ୍ତ ସାହୁ,ପଦ୍ମ ଲୋଚନ ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ବନ୍ଦେ ମାତରଂ ଗାନ କରିଥିବା ବେଳେ ପରମାନନ୍ଦ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l