ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଟୀକା ନେଇ ଶିଶୁ କନ୍ୟା ର ମୃତ୍ୟୁ ଅଭିଯୋଗ

ପାପଡାହାଣ୍ଡି,17/08, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡା ରେ ଏକ ଶିଶୁ କନ୍ୟା ବୁଧବାର ଟୀକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି | ଏନେଇ ପରିବାର ଲୋକ ପାପଡାହାଣ୍ଡି ମେଡିକାଲ ଅଧିକାରୀ ପ୍ରିୟ ରଞ୍ଜନ ବାହାଲିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଗ୍ରାମରେ ଏକ ପ୍ରକାର ର ଭୟ ର ବାତାବରଣ ଦେଖା ଦେଇଛି | ସୂଚନା ଅନୁଯାୟୀ ଡଙ୍ଗରିଗୁଡା ଗ୍ରାମରେ ଟୀକା କରଣ ଥିଲା | ଜଗନ୍ନାଥ ସୌରାଙ୍କ ଚାରି ମାସର ଶିଶୁ କନ୍ୟା କୁ ମେଡିକାଲ ତରଫରୁ ଏଏନଏମ ଘରକୁ ଯାଇ ଟୀକାକାରଣ କରିଥିଲେ | ଟୀକା କାରଣ କରିବାର 45 ମିନିଟ ପରେ ଶିଶୁ କନ୍ୟା ଟି ର ମୃତ୍ୟ ହୋଇଯାଇଥିଲା | ପୂର୍ବରୁ ଶିଶୁ କନ୍ୟା ର ବାପା ପତ୍ନୀ କୁ ଟୀକାକାରଣ କରିବାକୁ ମନା କରି ଚାଷ ଜମି କୁ ଚାଲିଯାଇଥିଲେ | ପରେ ସେ ଖବର ପାଇଥିଲେ ଯେ ଟୀକା ନେବା ପରେ ଶିଶୁ କନ୍ୟା ର ମୃତ୍ୟ ହୋଇଯାଇଛି | ଏନେଇ ସେ ସ୍ୱାସ୍ଥ୍ୟ ବିଭାଗ କୁ ଦାୟୀ କରିଛନ୍ତି | ଟୀକା ନେବା ପରେ ଶିଶୁର ଦେହରେ ପ୍ରତିକ୍ରିୟା ହୋଇଥିବା ଅଭିଯୋଗ କରିଛନ୍ତି | ସେ ଲିଖିତ ଆକାରରେ ପାପଡାହାଣ୍ଡି ମେଡିକାଲ ଇନଚାର୍ଜ କୁ ଅବଗତ କରିଛନ୍ତି | ଖବର ପାଇବା ପରେ ପାପଡାହାଣ୍ଡି ମେଡିକାଲ ଡାକ୍ତର ଦିଲୀପ ଦଳେଇ ଓ ବି ପି ଏମ ନିବେଦିତା ମହାନ୍ତି ଡଙ୍ଗରିଗୁଡା ଯାଇ ଶିଶୁ କନ୍ୟାର ମୃତ୍ୟୁ ତଦନ୍ତ କରି ଫେରିଛନ୍ତି | ପରିବାର ଲୋକଙ୍କୁ ଶବ ବ୍ୟବଛେଦ କରିବା ପାଇଁ ଡାକ୍ତର ପରମର୍ଶ କରିଥିଲେ କିନ୍ତୁ ପରିବାର ଲୋକେ ଅରାଜି ହୋଇଥିଲେ | ତେବେ ଘଟଣାକୁ ନେଇ ଅଂଚଳରେ ଟୀକା ନେଇ ଦ୍ୱନ୍ଦ୍ୱ ହୋଇଛି | ଯଦି ଶିଶୁ କନ୍ୟାର ଦେହରେ ପ୍ରତିକ୍ରିୟା ଦେଖାଦେଲା ତାହାର ପ୍ରତିକାର କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି | ଟୀକା କୁ ନେଇ ଗ୍ରାମରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି | ତଦନ୍ତ ରିପୋଟ ଆସିଲେ ପ୍ରକୁତ କଥା ଉନ୍ନମଚନ ହୋଇପାରେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ ପରିସରରେ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅଷ୍ଟେଓପାଥୀ କର୍ମଶାଳା

Sunil Chandra Nayak

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଡାକ୍ତର ଖାନରେ ଡାଇଲିସିସ ରେ ଘୋ୍ର ଅବ୍ୟବସ୍ଥା । କିମିସ ମେଡ଼ିକାଲ ର ନେଗୀଟିଭ ରିପୋର୍ଟ ଫୁଲବାଣୀ ରେ ପଜିଟିଭ । ରୋଗୀ ଖର୍ଚ୍ଚାନ୍ତ ରେ ପଢୁଛି

Sunil Chandra Nayak

Leave a Comment

error: Content is protected !!