- ସଞ୍ଜୟ ପଟେଲ ଜିଲ୍ଲା ସଭାପତି ମନୋନୀତ
ଧର୍ମଗଡ-କଳାହାଣ୍ଡି ଜିଲ୍ଲା କୋଶଳା ମାଳି (ପଟେଲ )ସମାଜ ର ବାର୍ଷିକ ସାଧାରଣ ସଭା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲୀପା ଗ୍ରାମ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । କୋଶଲା ମାଳି (ପଟେଲ)ସମାଜ ଛିଲିପା ଗ୍ରାମ୍ୟ କମିଟି ପକ୍ଷରୁ ଆୟୋଜିତ ଏହି ସଭା ରେ ଜିଲ୍ଳା ଉପ ସଭପତି ମକୁନ୍ଦ ପଟେଲ ଅଧ୍ୟକ୍ଷତା କରିଥଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ମୂଖ୍ୟ ଅତିଥି , ଧର୍ମଗଡ ବିଧାୟକ ମୌଷଧି ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଘନଶ୍ୟାମ ପଟେଲ, ମସ୍ତରାମ ପଟେଲ, ବସନ୍ତ ନାଏକ, ଡିଙ୍ଗର ପଟେଲ, ଜୟଧର ପଟେଲ, ଲକ୍ଷ୍ମଣ ପଟେଲ, ବନବିହାରୀ ନାଏକ, ପ୍ରତାପ ପଟେଲ, ଜୟହରି ପଟେଲ, ବଳରାମ ନାଏକ, ପ୍ରମୁଖ ମଞ୍ଚାସୀନ ଥିଲେ । କୋଶଲା ( ମାଳି) ପଟେଲ ସମାଜ ର ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବା ଏଵଂ ଶିକ୍ଷା କୁ ପ୍ରାଥମିକତା ଦେବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ । କରୋନା ସମୟ ରେ ପରଲୋକ ହୋଇଥିବା ଦିବଂଗତ ସଭାପତି ଲକ୍ଷ୍ମୀକାନ୍ତ ନାଏକ ଓ ସମାଜ ର ଅନ୍ୟ କର୍ମକର୍ତ୍ତା ଯୁଝିଷ୍ଟି ପଟେଲ, କୃଷ୍ଣ ଚନ୍ଦ୍ର ପଟେଲ ଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସର ରେ ସର୍ଵ ସମ୍ମତ କ୍ରମେ ସଞ୍ଜୟ ପଟେଲ ଙ୍କୁ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇ ଥିଲା । ଜିଲ୍ଲା ସମ୍ପାଦକ ପବିତ୍ର ପଟେଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଶରତ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗ୍ରାମ୍ୟ କମିଟି ସମ୍ପାଦକ ପୋଟି ରାମ ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ ।( ଧର୍ମ ଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ )