କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ଡାକରା କ୍ରମେ ଆଜି କଳାହାଣ୍ଡି ଜିଲ୍ଲାରେ ଆନ୍ଦୋଳନ କରାଯାଇଛି।ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ପଦବୀ ରେ ଆଦିବାସୀ ବର୍ଗଙ୍କୁ ସଂରକ୍ଷଣଦିଆଯାଇ ନଥିବା ପ୍ରତିବାଦରେ ଆଜି ଛଅ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ସମେତ ଦୋକାନ ବଜାର ବନ୍ଦ ରହିଛି। ପ୍ରକାଶ ଯୋଗ୍ୟ ଯେ, ଗତ ଅକ୍ଟୋବର ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ପଞ୍ଚାୟତ ନିର୍ବାଚନ ଚିଠା ତାଲିକାରେ ଜିଲ୍ଲା ଓ ବ୍ଲକ ସ୍ତରରେ ଆଦିବାସୀଙ୍କ ଜନସଂଖ୍ୟା ଅନୁସାରେ ସରପଞ୍ଚ ଓ ଅନ୍ୟାନ୍ୟ ପଦବୀ ଗୁଡିକରେ ଆଦିବାସୀ ଙ୍କୁ ସଂରକ୍ଷଣ ଦିଆଯାଇ ଥିଲା।ମାତ୍ର ସଂଶୋଧିତ ସଂରକ୍ଷଣ ଚିଠା ତାଲିକାରେ ଏଥିରେ ପରିବର୍ତ୍ତନ କରାଯାଇଛି।ଜିଲ୍ଲାର ୧୩ ଗୋଟି ବ୍ଲକରୁ ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକକୁ ବାଦ ଦେଲେ ବାକି ୧୧ଗୋଟି ବ୍ଲକରେ ସରପଞ୍ଚ କି ସମିତି ସଭ୍ୟ ପଦବୀରେ ଆଦିବାସୀ ପାଇଁ ସଂରକ୍ଷଣ ରଖା ଯାଇ ନାହିଁ।ଏହାକୁ କେନ୍ଦ୍ର କରି ଆଦିବାସୀ ସଂଘ ପକ୍ଷରୁ ଆଜି ଛଅ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।
( କଳାହାଣ୍ଡି ରୁ ବିଦ୍ୟାଧର ସାହୁ ଓ ଧର୍ମଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ…..)