ହଁ ମୁଁ ପାଗଳ
ହଁ ହଁ ମୁଁ ପାଗଳ…
ନ ହେଇ ଥିଲେ…
ତୁମର ଅତ୍ୟାଚାରକୁ ପ୍ରେମର ସ୍ପର୍ଶ ଭାଵି ତୁମ ପାଖରେ ପଡ଼ି ରହି ନଥାନ୍ତି,
ହଁ ମୁଁ ପାଗଳ ..
ନ ହେଇଥିଲେ ତୁମ ବିଶ୍ୱାସ ଘାତକତାକୁ ପ୍ରେମର ଉପହାର ବୋଲି ଭାଵି ହୃଦୟରେ ଯତ୍ନରେ ଦୀର୍ଘଦିନ ହେଲା ସାଇତି ନ ଥାନ୍ତି,
ହଁ ମୁଁ ପାଗଳ,, ତୁମେ ମୋତେ ଚାହୁଁନାହଁ … କିନ୍ତୁ ମୁଁ ତୁମ ହୃଦୟରେ ଜାଗାଟିଏ ଚାହୁଁଚି, ତୁମେ ତୁମ ପୃଥିବୀ ବାହାରକୁ ମୋତେ ଫିଙ୍ଗି ଦେବାକୁ ଚାହୁଁଛ, କିନ୍ତୁ ମୁଁ ତୁମକୁ ମୋ ବାହୁ ବଳୟରେ ବାନ୍ଧିଦେବାକୁ ଚାହୁଁଚି |
ହଁ ମୁଁ ପାଗଳ… ନ ହେଇ ଥିଲେ ତୁମେ ହଜାରେ ନାରୀଙ୍କୁ ଚାହୁଁଚ,ମୁଁ କେବଳ ତୁମକୁ ଚାହୁଁଚି,
ହଁ ମୁଁ ପାଗଳ…. ତୁମେ ବେଦୀରେ ଦେଇଥିବା କଥାକୁ ଭୁଲି ଯାଇଛ,, କିନ୍ତୁ ମୁଁ ଏକ ଏକ କରି ମୋ କଥା ରଖିଛି,
ହଁ ମୁଁ ପାଗଳ, ତୁମେ ଆଜି ମୋତେ ଦୂରେଇ ଦେବା ପାଇଁ ମିଛର ଆଶ୍ରୟ ନେଇ ଶହେ ପ୍ରମାଣ ଯୋଗାଡ଼ କରୁଛ, କିନ୍ତୁ ମୁଁ ତୁମକୁ ପାଇବା ପାଇଁ ସତ ଉପରେ ଭରସା କରି ଏକା ଏକା ଲଢ଼ୁଛି |
ମୁଁ ପାଗଳ ନୁହେଁ ତ ଆଉ କଣ??????
ସୁଷମାମଞ୍ଜରୀ ମିଶ୍ର