ନୂଆପଡା ଜିଲ୍ଲା କୋମନା ଥାନା ପରିସରରେ “ଆମ ପୋଲିସ”ର ଏକ ବୈଠକ ବୁଧବାର ଦିନ ସନ୍ଧ୍ୟାରେ ଆୟୋଜିତ ହୋଇ ଯାଇଛି । କୋମନା ଥାନା ଆଇଆଇସି ଜ୍ୟୋତିରଞନ ଗୌଡ ସଭାପତିତ୍ବ କରି ଥିଲେ । ଚଳିତ ବର୍ଷ ଆମ ପୋଲିସ ତରଫରୁ ସଡକ ସୁରକ୍ଷା, ନିଶା ନିବାରଣ, ମଦ ବିରୋଧି ଆନ୍ଦୋଳନ, ସ୍ବଚ୍ଛ ଭାରତ ଅଭିଯାନ, ଟ୍ରାଫିକ ସଚେତନତା, ସାଇବର କ୍ରାଇମ ଆଦି ବିଷୟକୁ ନେଇ ଥାନା ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମ କରିବ । ବୈଠକରେ ପେଣ୍ତରାବନ ସରପଞ୍ଚ ଅମରେଶ ପଟ୍ଟନାୟକ, ଢୋର୍ଲାମୁଣ୍ତା ସରପଞ୍ଚ ସାନ ମହାନନ୍ଦ, ଜହର ସୁନାନୀ,ଓମ ରଣା, ତଥା ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ, ଏଏସଆଇ ଜିତୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏସଆଇ ମଞୁଲତା ଖାଡଙ୍ଗା ଧନ୍ୟବାଦ ଜ୍ଞାପନ କରି ଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ