ଭବାନୀପାଟଣା: ୧୫/୧୨ – (ମ.ନି.ସ):- ପୌରପାଳିକା ପରିଷଦ ପକ୍ଷରୁ ବିଭିନ୍ନ ସମୟରେ ଉଠା ଦୋକାନୀ ମାନଙ୍କୁ ବିସ୍ଥାପିତ କରାଯାଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଥିବା ବେଳେ ବିଭାଗ ପକ୍ଷରୁ ସେମାନଙ୍କର ସ୍ଥାୟୀ ଥଇଥାନ କରିବା ବିଷୟରେ ଭୁଲି ଯାଉଛନ୍ତି। ଏହାକୁ ବିରୋଧ କରି ବିସ୍ଥାପିତ ମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି। ଦୋକାନୀ ମାନେ ରାସ୍ତା କଡ ଓ କୌଣସି ଅଫିସ ପାଚେରୀ ତଳେ ଦୋକାନ କରି ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ସେମାନେ କଷ୍ଟେମଷ୍ଟେ ନିଜ ପରିବାର କୁ ପ୍ରତିପୋଷଣ କରି ଆସୁଛନ୍ତି। ଏପରିପ୍ରେକ୍ଷୀରେ ଅନେକ ସମୟରେ ଦୋକାନୀ ମାନଙ୍କର ଦୋକାନ ଗୃହ ଉଛେଦ କରାଯାଉଛି। ବିସ୍ଥାପିତ ହେବା ପରେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କ ପାଇଁ କୌଣସି ପ୍ରକାରେ ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଚିନ୍ତା କରୁନଥିବା ବେଳେ ଦୋକାନୀ ମାନେ ବାଧ୍ୟ ହୋଇ ଆନ୍ଦୋଳନ ଓ ଦାବି ପତ୍ର ପଦାନ କରୁଥିବା ଭଳି ଘଟଣା ଏବେ ସାମ୍ମାକୁ ଆସିଛି। ଘଟଣା ଟି ହେଲା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରପାଳିକା ପରିଷଦ ଅନ୍ତର୍ଭୁକ୍ତ ଦୋକାନ ଗୃହ ଗୁଡିକକୁ ଉଛେଦ କରାଯାଇଛି। ତେବେ ଉଛେଦ କରିବା ପରେ ବିଭାଗ ତରଫରୁ ବିସ୍ଥାପିତ ମାନଙ୍କୁ କୌଣସି ପ୍ରକାରେ ବିଚାର କରୁନଥିବା ବେଳେ ବିଳମ୍ବ କରାଯାଇଛି। ଏହାଯୋଗୁଁ ଭବାନୀପାଟଣା ପୌରପାଳିକା ପରିଷଦ କାର୍ଯ୍ଯାଳୟର କାର୍ଯ୍ଯ ନିର୍ବାହୀ ଅଧିକାରୀ ଙ୍କୁ ବିସ୍ଥାପିତ ଙ୍କ ତରଫରୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଭବାନୀପାଟଣା ସହରରେ ସମସ୍ତ ଦୋକାନ ଗୃହ ଉଛେଦ କରାଯାଇଥିବା ସଦସ୍ଯା ସଦସ୍ୟ ବୃନ୍ଦ ପୌରପାଳିକା ଅନ୍ତର୍ଭୁକ୍ତ ସମସ୍ତେ ମିଳିତ ଭାବରେ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜକୁ ପ୍ରାୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନାହିଁ। ତେଣୁ ସେମାନେ ଏକ ୪ ଦଫା ସମ୍ବୋଳିତ ଦାବିପତ୍ରରେ ଦର୍ଶାଇଥିବା ଦାବି ଗୁଡି ହେଲା, ୧ – ଦୋକାନ ହରାଇଥିବା ସମସ୍ତ ହିତାଧିକାରୀ ମାନଙ୍କୁ ସାତ ବର୍ଷର କ୍ଷତି ପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ, ୨ – ଦୋକାନ ହରାଇଥିବା ସମସ୍ତ ହିତାଧିକାରୀଙ୍କୁ ତାଙ୍କର ପୂର୍ବସ୍ଥାନରେ ଥଇଥାନ କରାଯାଉ, ୩- ଦୋକାନ ଗୃହର ସର୍ଵନିମ୍ମ ହାରରେ ଅଂଶଧନ ଜମା କରିବା ବ୍ଯବସ୍ଥା କରାଯାଉ, ୪ – ପକ୍କା କେବିନ୍ ଦୋକାନ ଗୃହ ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି ଜଣାଇଛନ୍ତି। ଏଠାରେ ପ୍ରକାଶ ଥାଉ କି ଯେ,ଦାବି ଗୁଡିକ ଉପସ୍ଥାପନ କରି ଆଜକୁ ୩୩ ଦିନ ହୋଇଯିବ ସେମାନେ ପୌରପାଳିକା କାର୍ଯ୍ଯାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ସେମାଙ୍କର ଉପସ୍ଥାପିତ ଦାବି ଗୁଡିକ ପୂରଣ ନ ହୁଏ ତେବେ ଆଗୁକୁ ଅନିଦିଷ୍ଟ କାଳ ଆନ୍ଦୋଳନ ଅବ୍ଯହତ ରହିବ ବୋଲେ ଚେତାବନୀ ଦେଇଛନ୍ତି।
previous post
next post