ନୂଆପଡ଼ା, ନୂଆପଡ଼ା ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡିରେ ଅବ୍ୟବସ୍ଥା ଦେଖାଯାଇଛି । ମଣ୍ଡିରେ ମିଲର୍ସ ରାଜ ଚାଳିଥିବା ବେଳେ ସାଧାରଣ ଚାଷୀ ତଳିତଲାନ୍ତ ହେଉଛନ୍ତି । ମିଲର୍ସ ଏବଂ ସରକାରୀ କଳର ମଧୁଚନ୍ଦ୍ରିକା କାରଣରୁ ସେମାନେ ମାଲେମାଲ ହେଉଥିବା ବେଳେ ଚାଷୀ ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତଥାପି ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଖଡିଆଳ ବ୍ଲକର ଖଡ଼ିଆଳ, ତୁକଲା, ଡୁଆଝର, ବରଗାଁ, ସାନମହେଶ୍ଵର, ଭୂଲିଆସିକୁଆଁ ସହ ଅନ୍ୟାନ୍ୟ ମଣ୍ଡି ମାନଙ୍କରେ ବ୍ୟାପକ ମାତ୍ରାରେ କଟନିଛଟନୀ ହେଉଅଛି । ଚାଷୀଙ୍କ ପ୍ରତି କ୍ଵିଣ୍ଟାଲ ପିଛା ୩ ରୁ ୬ କେଜି ପର୍ଯ୍ୟନ୍ତ କଟନିଛଟନୀ ହେଉଅଛି । ଏଥିରେ ଚାଷୀ ପ୍ରତିବାଦ କଲେ ତାର ଧାନକୁ ଉଠାଯାଉନାହିଁ । ଯାହାଫଳରେ ଚାଷୀ ଅନ୍ୟଉପାୟ ନପାଇ ବାଧ୍ୟ ହୋଇ ନିରବଦ୍ରଷ୍ଟା ସାଜି ଧାନ ବିକ୍ରୟ କରୁଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହେଉଛି ।ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post