Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ନୂଆଖାଇ by Sunil Chandra NayakSeptember 5, 2022059 Share0 ନୂଆଖାଇ ଶରତ ଆସିଲା ମରତ ହସିଲା ଆସିଲା ପରବ ନେଇ, ସବୁ ପରବରେ ନିଆରା ପରବ ଗଣପର୍ବ ନୂଆଖାଇ । ଭାଦ୍ରବ ମାସରେ ଶୁକ୍ଳ ପଞ୍ଚମୀରେ ନୂଆଖାଇ ପର୍ବ ପଡ଼େ, ପଶ୍ଚିମ ଓଡ଼ିଶା ନେଇ ନୂଆଆଶା ପାଳଇ ଧୁମ୍ ଧାମରେ । କାଟି ନୂଆ ଶସ୍ୟ ହୋଇଣ ହରଷ ମା ସମଲେଇ ପୂଜେ, ନବାନ୍ନ ଚଢ଼ାଇ ଶୁଭ ମନାସଇ ମଉଜ ମସ୍ତିରେ ହଜେ। କେତେ ପିଠା ପଣା ସୁଆଦିଆ ଖାନା ଖାଆନ୍ତି ବନ୍ଧୁଙ୍କ ମେଳେ, ନୂଆ ଖାଇ ଭେଟ କରଇ ନିକଟ ସମ୍ପର୍କ ସୁଦୃଢ଼ କରେ। ମଥାନତ କରି କନିଷ୍ଠ ନିଅଇ ଆଶୀର୍ବାଦ ଜ୍ୟେଷ୍ଠଙ୍କର କୋଳାଗ୍ରତ କରି ଦେବୀଙ୍କୁ ସୁମରି ପାଞ୍ଚେ ଶୁଭ କନିଷ୍ଠର। ଜୁହାର ଜୁହାର ସଭିଙ୍କୁ ଜୁହାର ଗୁଞ୍ଜିଉଠେ ଚାରିଆଡ଼େ, ବାଜଇ ମାଦଳ ଘଣ୍ଟ ଘଣ୍ଟା ଢୋଲ ନୁପୁର ର ତାଳେ ତାଳେ । ଭାଇଚାରା ବଢେ ସମାଜ ଭିତରେ ଆମରି ପରବ ପାଇଁ, ଭୁଲି ଭେଦଭାବ ମନାନ୍ତି ଉତ୍ସବ ସୁନ୍ଦର ଏ ନୂଆଖାଇ। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍ , ତିହିଡି , ଭଦ୍ରକ