Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ନୂଆଖାଇ by Sunil Chandra NayakSeptember 5, 2022066 Share0 ନୁଆଖାଇ ସୁରେନ୍ଦ୍ର କୁମାର ବେହେରା ଓଡିଶା ରାଇଜେ ପାଳନ ସବୁଠି ବାରମାସେ ତେର ପର୍ବ ଭାଦ୍ରବ ଶୁକଳ ପଞ୍ଚମୀ ତିଥୀରେ ନୂଆଖାଇ ଗଣ ପର୍ବ ।1। ପଶ୍ଚିମ ଓଡିଶା ଉତ୍ସବ ମୁଖର ଆସିଅଛି ନୂଆଖାଇ ଦୂର ବିଦେଶରୁ ଘରକୁ ଫେରନ୍ତି ପଶ୍ଚିମ ଓଡିଶା ଭାଇ ।2। ସଦଭାବନାର ଏ ପରବ ପରା ରାଗ ,ଇର୍ଷା ଭୁଲିଯାଇ ଏକାଠି ହୋଇଣ ନୂଆ ଖାଇଥାଆନ୍ତି ଭାଇ ଚାରା ପର୍ବ ଏହି ।3। ମାଆ ସମଲେଇ ପାଖେ ଲଗ୍ନସ୍ଥିର ଶୁଭବେଳା ଦେଖାଯାଏ ନୂଆଖାଇ ସାରି ଗୁରୁଜନେ ସଦା ଭେଟଘାଟ ହୋଇଥାଏ ।4। ସାନ ମାନେ ମିଶି ବଡ଼ଙ୍କୁ ଜୁହାର ଆଶିଷ ମାଗିବା ପାଇ ନାଚଗୀତ କରି ଖୁସି ମନେଇବା ଆସିଛିରେ ନୂଆଖାଇ ।5। ନୂଆ ଚାଉଳରେ ଛେନାଗୁଡ଼ କ୍ଷୀର କଦଳୀ ନଡ଼ିଆ ମିଶା ଐଶାନ ଦେବୀଙ୍କୁ ସମର୍ପଣ ପରେ ପତରେ ହୁଏ ପରଶା ।6। ଝିଅବୋହୁ ଯେତେ ଘରର ସଦସ୍ୟ ନୂଆଲୁଗା ପିନ୍ଧିସାରି ଗଣ ପର୍ବ ସର୍ବେ ହରସେ ପାଳନ୍ତି ହସଖୁସି ଯାଏ ଭରି ।7। ପ୍ରୀତି ମୈତ୍ରୀ ଭାତୃ ଭାବ ବିନିମୟ ଗାଆଁରୁ ସହର ଯାଏ ମାଆ ସମଲେଇ ମାଣିକେ ଶ୍ୱରୀଙ୍କ ଅପାର କରୁଣା ଥାଏ ।8। ନବାନ୍ନ ଭକ୍ଷଣ ଶୁଭେ ବିତୁ ଦିନ ମାଆର ଆଶିଷ ପାଇଁ ବରଷକେ ଥରେ ଭାଦ୍ରବ ମାସରେ ଆସିଥାଏ ନୂଆଖାଇ ।9। ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର