ଢେଙ୍କାନାଳ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇ ଯାଇଛି ।ଡ଼କ୍ଚର ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କର ଆଜି ହେଉଛି ଜନ୍ମ ଦିନ l.ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଦେହୁରୀ ଙ୍କ ର ମାର୍ଗ ଦର୍ଶନରେ ତଥା ରୀତିରେ ଉତ୍ସବ ଟିକୁ ପାଳନ କରାଯାଇଛି । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଫଟୋ ଚିତ୍ରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପୁଷ୍ପ ଅର୍ପଣ ସହିତ ବରପୁତ୍ର ମାନଙ୍କର ମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଥିଲା । ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଗୋଲାପ ଫୁଲ, ଚନ୍ଦନ ଓ ଚାଉଳ ଦ୍ଵାରା ବନ୍ଦାପନା କରିବା ସହିତ ଉପହାର ସ୍ୱରୂପ ପେନ୍ ଦେଇଥିଲେ ଓ ମିଷ୍ଠାନ୍ନ ଖୋଇଥିଲେ । ଏହି ଅବସରରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ରାଧାକ୍ରିଷ୍ଣ ଙ୍କ ଜିବନୀ ଉପରେ ବଖାଣି ଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତି ସୁଲେଖା ରାଉତ , ମାନସୀବାଳା ମାହୁନ୍ତ, ଶ୍ରୀମତି ଜୟନ୍ତୀ ରଥ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ଏହି ଗୁରୁ ଦିବସଟି ପାଳିତ ହୋଇଥିଲା ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ