ଭବାନୀପାଟଣା, ୧୨/୯ (ସ.ମି.ସ.) ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ଓ ଶୋସିଓ କଲଚରାଲ ସଂସ୍ଥାର ମିଳିତ ସହଯୋଗରେ ଦୁଆରସନୀ ସ୍ଥିତ ହାଇଟେକ୍ ପବ୍ଲିକ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ମାସମିଡିଆ କମୁନିକେସନର ଆଞ୍ଚଳିକ ଡାଇରେକ୍ଟର ମୁଣାଳ ଚାଟାର୍ଜି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ସଭାରେ ଅତିଥିଭାବରେ ଚେୟାରମେନ ସୋସିଓ କଲଚରାଲ ଅର୍ଗାନାଇଜେସନର ବନମାଳୀ ସାହୁ, ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ମେଳାରେ ଜିଲ୍ଲାର ୩୦ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ବିଜ୍ଞାନ ଭିତ୍ତିକ ପ୍ରକଳ୍ପ, ଚିତ୍ରାଙ୍କନ, ବିଜ୍ଞାନ ଭିତ୍ତିକ ପ୍ରଶ୍ନ ଉତ୍ତର ପ୍ରଦର୍ଶିତ ହେବା ସହ ବିଶିଷ୍ଟ ବୈଜ୍ଞାନୀକଙ୍କ ସଂନ୍ଦର୍ଭ ପାଠ ପଢାଯାଇଥିଲା । ବିଭିନ୍ନ ଦିବସରେ ଛାତ୍ରଛାତ୍ରୀ, ଅଭିଭାବକ, ସାଧାରଣ ଜନତା ବିଜ୍ଞାନ ମେଳାକୁ ଉପଭୋଗ କରିଥିଲେ । ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗିରିଶଚନ୍ଦ୍ର ବେହେରା, ଚେୟାରମେନ ସତ୍ୟଜିତ କର, ସ୍କୁଲର ଅଧ୍ୟକ୍ଷା ଅଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ବିଜ୍ଞାନ ପର୍ଯ୍ୟବେକ୍ଷକ ହିମାଂଶୁ ପଟ୍ଟନାୟକ ପର୍ଯ୍ୟବେକ୍ଷକ ପ୍ରକାଶ ନିଶାଙ୍କ, ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ବିବରାମ ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ଭି. ସୁରେନ୍ଦ୍ର ରାଓ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।
କିଶନ ଶର୍ମା ଙ୍କ ରିପୋର୍ଟ