ଓଦା ଧାନ କୁ ନେଇ ଚିନ୍ତିତ ଚାଷି
ଆଜି ଜୟକିଷାନ ମଜଦୂର ସଂଗ୍ରାମ ପରିଷଦ ର ଆବାହକ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପତିନିଧି ଦଳ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି କୁ ଅଦିନିଆ ଲଗାଣ ବର୍ଷା ରେ କ୍ଷୟ କ୍ଷତି ଆକଳନ କରିବା ସହିତ ପ୍ରକୃତ ସ୍ଥିତି ଜାଣିବା ପାଇଁ ବୁଲି ଥିଲେ।ସମସ୍ତ ମଣ୍ଡି ଖୋଲା ଆକାଶ ତଳେ ଖୋଲା ହୋଇଛି, ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଲଗାଣ ବର୍ଷା ରେ ଭିଜୁଛି,ପେକ୍ସ ସଂସ୍ଥା ଜରି ତାଳପତ୍ରି ଦେଇଥିଲେ ମଧ୍ୟ ଯଥେଷ୍ଟ ନୁହେଁ,ତଳେ କୌଣସି ପିଣ୍ଡି ବ୍ୟବସ୍ଥା ନାହିଁ,ତଳ ଆଡୁ ପାଣି ଚାପି ଆସି ଅଧିକାଂଶ ଧାନ ଭିଜି ଗଲାଣି ତଥା ନଷ୍ଟ ହେବା, ଗଜା ହେବା, ବେରଙ୍ଗୀ ହେବା ସୁନିଶ୍ଚିତ ଅଟେ। ଏହାର ବାହାନା ରେ ମିଲ ମାଲିକ ମାନ ଙ୍କ କଟନୀ ଛଟନୀ ଆହୁରି ବଢିବ,ଚାଷୀଙ୍କ ଶୋଷଣ ବଢିବ ବୋଲି ଆବାହକ ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି।ଆଜି ନୂଆପଡା ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଲିସ ହଜାର ରୁ ଉର୍ଦ୍ଧ୍ଵ ବସ୍ତା ଧାନ ସପ୍ତାହେ ହେଲା ପଡିରହିଛି।ପ୍ରଶାସନ ପାଖରେ ପାଣିପାଗ ଖବର ଥିଲା, ମଣ୍ଡିରେ ଧାନ କିଣା ପାଇଁ ଜିଲ୍ଳା ପ୍ରଶାସନ ପାଖରେ ଯଥେଷ୍ଟ ଟାର୍ଗେଟ ଥିବା ସତ୍ତ୍ୱେ ମିଲ ମାଲିକଙ୍କ ମାସ ଅଭାବରେ ଧାନ ଉଠିପରିଲା ନାହିଁ ଏଥିପାଇଁ ଦାୟୀ କିଏ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।ଗତକାଲି ରାତିରେ କୁରୁମପୁରୀ ମଣ୍ଡିରେ ଜଣେ ଗରୀବ ଚାଷୀ ଶ୍ରୀ ଖେମୁ ଦାସ ଙ୍କ ୪୨ ବସ୍ତା ଧାନ ଚୋରୀ ହୋଇଛି।ତାର ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡି ଦାୟିତ୍ୱ ରେ ଥିବା ପେକ୍ସ ସଂସ୍ଥା ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ,ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଚେତ ଚାଷୀକୁ ପେକ୍ସ ସଂସ୍ଥା ତରଫରୁ କ୍ଷତି ପୂରଣ ଦିଆଯାଉ।ଡି ଏଲ ପି ସି ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ମିଲମାଲିକ ମନେ ଚାଷୀ ଙ୍କୁ ବସ୍ତା ଦେଇ ନାହାନ୍ତି।ଉକ୍ତ ବୈଠକରେ ବିନା କଟନୀ ଛଟନୀ ରେ ଧାନ କିଣା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା।କିନ୍ତୁ ସାରା ଜିଲ୍ଲାରେ ଗୋଟିଏ ବି ମଣ୍ଡି ନାହିଁ ଯେଉଁଠି ବିନା କଟଣୀରେ ଧାନ କିଣା ହେଉଛି।ଖାଦ୍ୟ ଯୋଗାଣ ମନ୍ତ୍ରୀ କଟନୀ ହେଲେ ମିଲର୍ସ ଗିରଫ ହେବେ ବୋଲି କରିଥିବା ଘୋଷଣା ଏକ ଫମ୍ପା ଆବାଜ ଅଟେ ବୋଲି ଶ୍ରୀ ପାଣିଗ୍ରାହୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।ଆଗାମୀ ତିନିଦିନ ମଧ୍ୟରେ ମଣ୍ଡି ସମସ୍ୟା ସମାଧାନ ନ ହେଲେ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ରଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି।ଚାଷୀ ମାନଙ୍କ ମଣ୍ଡି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ମହାଶୟା ତୁରନ୍ତ ଡି ଏଲ ପି ସି ବୈଠକ ଡାକନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ ଦାବୀ କରିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ