ନୂଆପଡା : ଚାଷ ଜମିରେ ତିଖାଲି ବାମ କେନାଲ ପାଣି ପଶି ଜମି ନାଳରେ ପରିଣତ ହେବା ସହିତ କିଛି ଚାଷୀଙ୍କ ଜମି ହୁଡା ଭାଙ୍ଗି ଜମି କ୍ଷତି ହେଉଥିବାରୁ ତାର ସ୍ଥାୟୀ ସମାଧାନ ପାଇଁ ଖଡ଼ିଆଳ ଲୋୟର ଇନ୍ଦ୍ର ଇରିଗେସଂନ ଏକ୍ସକ୍ବିଇ ଟିଭ ଇଂଜିନିୟରଙ୍କୁ ଦାବି ପତ୍ର ପ୍ରଦାନ । ଚାଷୀ ସତ୍ୟମ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ସତ୍ୟମବାନ ମଲ୍ଲିକ, ଭକ୍ତ ଚରଣ ବେହେରା, ଭୋଳମଣି ବେହେରାଙ୍କ ଅଭିଯୋଗ ଅନୁଯାୟୀ ତିଖାଲି ବାମ କେନାଲରେ ୨୦୧୪ ମସିହାରୁ ପାଣି ଛଡା ହେବା ଦିନଠାରୁ ଉପରୋକ୍ତ ଚାଷୀ ମାନଙ୍କ ଜମିରେ କେନାଲ ପାଣି ଓ ବର୍ଷ ଜଳ ବହୁଳ ଭାବରେ ପଶି ଚାଷୀ ମାନଙ୍କ ଜମିକୁ ପାଞ୍ଚ ଫୁଟରୁ ଅଧିକ ଖାଲ କରି ନାଳ କରିଛି ଏହା ଗୋଟିଏ ବର୍ଷର ସମସ୍ୟା ନୁହେଁ କେନାଲରେ ପାଣି ଛଡା ଯିବା ଦିନୁ ହୋଇଛି । ଏନେଇ ଭିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କଣ୍ଣପାତ କରୁନଥିବାରୁ ଆମ ଜମି ନଷ୍ଟ ହେଉଛି । ବର୍ତ୍ତମାନ ଠିକ ସମୟର ଅଛି କେନାଲର ଶେଷ ମୁଣ୍ଡରେ ଥିବା ପାଣିକୁ କେନାଲ ତିଆରି କରି ନିକଟସ୍ଥ ସୁନ୍ଦର ନଦୀରେ ପକାଇଲେ ଚାଷ ଜମି କ୍ଷତି ହେବ ନାହିଁ ଓ ଆମେ ଚାଷୀ ମାନେ ସୁବିଧା ପାଇ ପାରିବୁ ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଯଦି ସମସ୍ୟାର ସମାଧାନ କରାନଯାଏ ତାହେଲେ ରାଜ ରାସ୍ତାକୁ ଅବରୋଧ କରିବା ସହିତ ଜିଲ୍ଲା ପ୍ରଶାସନକୁ ଅଚଳ କରିବା ପାଇଁ ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଦାଇତ୍ୱରେ ଥିବା ଏକ୍ସକ୍ବିଇ ଟିଭ ଇଂଜିନିୟର ସୁଶାନ୍ତ ଶେଖର ଦାଶଙ୍କୁ ପଚାରିବାରୁ ସମସ୍ୟା ଉପରେ ଅବଗତ ଅଛି ତାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post