ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିନାପାଲି ଥାନାର ବେଆଇନ ଗିରଫଦାରି ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଫେରାଦ ହେଲା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍

ଭବାନୀପାଟଣା,୨୩/୦୯(ମନିସ)-  ନୂଆପଡ଼ା ଜିଲ୍ଲା ସିନାପାଲି ପୁଲିସ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା ସିନାପାଲି ବ୍ଲକ ସରପଞ୍ଚ ସଂଘର ସଭାପତି ଖୁଟୁରାମ ସୁନାନୀଙ୍କ ସମେତ ଅନ୍ୟ ନଅଜଣଙ୍କୁ ବେଆଇନ ଭାବେ ଗିରଫ କରିବା ସହିତ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ଜେଲକୁ ପଠାଇବା ଘଟଣାକୁ ନେଇ ସାରା ରାଜ୍ୟରେ ବିରୋଧାଭାସ ବ୍ରୁଦ୍ଧି ପାଇବାରେ ଲାଗିଛି ! ଏହାକୁ ନେଇ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହାସହିତ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ଓ ଏଥିରେ ଆଦୌ ସଂପ୍ରୁକ୍ତି ନଥିବା ଶ୍ରୀ ସୁନାନୀ ଏବଂ ଅନ୍ୟ ନଅଜଣଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି ଉପସ୍ଥାପନ କରିଛି ସଂଗଠନ ! ଏହାସହିତ ସେମାନଙ୍କ ଉପରେ ବେଆଇନ୍ ଭାବେ ଲଗାଯାଇଥିବା ଦଫା ଓ ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି ! ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଦାବିପତ୍ର ଗ୍ରହଣ କରିବା ସହିତ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବେ ବୋଲି ଆଶ୍ବାସନା ଦେଇଛନ୍ତି ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସାଧାରଣ ସଂପାଦକ ଯତିନ୍ଦ୍ର କର, ସଂପାଦକ ଶ୍ରୀବତ୍ସ ତାଣ୍ଡି, ଜୟପ୍ରକାଶ ଜାଲ, ସକ୍ରିୟ ସଦସ୍ୟ ତ୍ରିନାଥ ନାଏକ, ସୁଶୀଲ କୁମାର ବାଗ, ଅଭିଜିତ କର, ଦୁଃଖୀ କୁମାରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ସାମିଲ ହୋଇଥିଲେ ! ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାପସୀ ଗାଁର ତୁଲାରାମ ତାଣ୍ଡିଙ୍କ ସନ୍ଦେହଜନକ ମ୍ରୁତ୍ୟୁ ଘଟଣାକୁ ନେଇ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ରାସ୍ତାକୁ ଓହ୍ଲାଉଥିବାବେଳେ ଦଳିତ ଅଧିକାର ମଞ୍ଚ ତରଫରୁ ଗତ ୧୬ ତାରିଖ ଦିନ ସିନାପାଲି ଥାନା ଘେରାଉ କରାଯାଇଥିଲା ! ତେବେ ଏଥିରେ ଉତ୍ତେଜନା ପ୍ରକାଶ ପାଇଥିଲା ସତ କିନ୍ତୁ ଏଥିରେ ଆଦୌ ସଂପ୍ରୁକ୍ତି ନଥିବା ଏବଂ ଏଇ ଘଟଣାର ତଥ୍ୟ ସଂଗ୍ରହ କରିବାକୁ ସିନାପାଲି ଥାନାକୁ ଯାଇଥିବା ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଖୁଟୁରାମ ସୁନାନୀଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହିତ ଏକାଧିକ ସଙ୍ଗୀନ ଦଫା ଲଗାଇ ଗିରଫ କରିବା ସହିତ କୋର୍ଟଚାଲାଣ କରାଯାଇଥିଲା ! ସେହିପରି ତାଙ୍କ ସହିତ ଅନ୍ୟ ନଅଜଣଙ୍କୁ ମଧ୍ୟ ବେଆଇନ୍ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ! ଏଇ ଘଟଣାକୁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଲ ନିନ୍ଦା କରିଥିବାବେଳେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ ଏଇ ବେଆଇନ ଗିରଫଦାରି ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଛି !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

 

Related posts

ଓଡିଶା ସାଇନିଂ ଆଇକନ ସିଜିନ ୫ ର ସାଇନିଂ ରକର୍ସର ବିଜେତା ହେଲେ ଅମିଶା ଓ ପ୍ରତୀକ

Sunil Chandra Nayak

ନେହରୁ ଯୁବ କେନ୍ଦ୍ର ପକ୍ଷରୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort