ରାଉରକେଲା/ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ସିଜିନରେ ବରିଷ୍ଠ ମହିଳା ଗୃପରେ ରାଉରକେଲା ର ଅମିଶା ସିଂ ରାଜପୁତ, ପୁରୁଷ ବିଭାଗରେ କୁଆରମୁଣ୍ଡାର ପ୍ରତୀକ ଦାସ, ଜୁନିଅର ବିଭାଗରେ ରାଉରକେଲା ର ଦେବାଂଶୀ ବାରିକ, ସବ ଜୁନିଅର ବିଭାଗରେ ଝାରସୁଗୁଡାର ରାଜଶ୍ରୀ ସିଂ ଓ ବିବାହିତା ମହିଳା ଗୃପରେ ଝାଡଖଣ୍ଡର ମିତାଲି ଦାସ ବିଜୟୀ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ସଭାପତି ସୁଶାନ୍ତ ରାଉତ ଙ୍କ ଅଧ୍ୟକ୍ଷତା ଓ ମୁଖ୍ୟ ଲୀନା ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ସର୍ବଶ୍ରୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ପ୍ରଦୀପ୍ତ କୁମାର ଦାସ, ପଦ୍ମିନୀ ପାଣିଗ୍ରାହୀ, ଜାହାଙ୍ଗିର ହକ୍,ଅନୁପ ମୋଦୀ, ଗୁରିନ୍ଦର ସିଂ, ପିଙ୍କୁ ଜୟଶ୍ବାଲ , ଗଗନ ପଣ୍ଡା ଓ ସନ୍ଥମା ପିଲାଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର ମାସରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।ଏଥିରେ ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୦ ଜଣ ପ୍ରତିଯୋଗୀ ଙ୍କୁ ନେଇ ଫାଇନାଲ ରାଉଣ୍ଡ ୧୭ତାରିଖ ଦିନ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଏଲିମା କର,ସୋନି ପିଲାଇ, ରାଖି ମଣ୍ଡଳ, ସାଧନା ସାମଲ, ଆଶିଷ ବେହେରା ଓ ଡି ପୂଜା,ଅମ୍ଳାନ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କ ମୂଲ୍ୟାୟନ କରିଥିଲେ । ଏହି ଅବସରରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ବିବେକାନନ୍ଦ ଦାସ, ବସନ୍ତ କୁମାର ଦାସ,ବିଶ୍ବଜିତା ମହାପାତ୍ର, ସନ୍ତୋଷ ରଥ, ଆନନ୍ଦ ସୁନା ଓ ଗୃପ, ମମତା ଗୃପ ଭଳି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ର ପାଇଁ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।
ସର୍ବଶ୍ରୀ ଶୁଭଜିତ ପଣ୍ଡା, ଦେବଲିନା ରାୟ ଓ ବର୍ଣ୍ଣାଳୀ ରାଉତ ପ୍ରମୁଖ ମଂଚ ସଂଯୋଜନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଡି ପଦ୍ମିନୀ, ସୋନୁ ମୁଖାର୍ଜୀ, ପପିଆ ମୁଖାର୍ଜୀ, ଅଂଶୁମାନ ସ୍ବାଇଁ,ଶୁଭମ ସାଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହର ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ଦର୍ଶକ ଏହାକୁ ଉପଭୋଗ କରିଥିଲେ।