ଜୁନାଗଡ଼,୨୯/୯(ନି.ପ୍ର) ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ମହିଳା ମାନଙ୍କୁ ହାଇଜେନିକ କୀଟ ବଣ୍ଟନ କରାଯାଇଥିଲା। ଇଣ୍ଡିଆନ ରେଡକ୍ରସ ସୋସାଇଟି ଦ୍ଵାରା ପ୍ରଦତ୍ତ ଏହି ବିତରଣ କାର୍ଯ୍ୟକ୍ରମରେ ଜୁନାଗଡ଼ ବିଡ଼ିଓ ଦୁଲରାମ ମାରାଣ୍ଡି ସଭାପତିତ୍ୱ କରିଥିଲେ।କାର୍ଯ୍ୟକ୍ରମରେରେ ବ୍ଲକ ଅଧକ୍ଷ୍ୟା ସବିତା ମେହେର , ଉପାଧକ୍ଷ୍ୟ ପ୍ରମୋଦ ବେହେରା , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ, ବ୍ଲକ ସମ୍ପ୍ରସାରଣ ଅଧିକାରୀ ରାଜେନ୍ଦ୍ର ଭୋଇ, ତଥା ଉତ୍କଳ ମଣି ସେବା ସଂସ୍ଥା ଜୁନାଗଡ଼ ର ସଦସ୍ୟ ମାନେ ଉପସ୍ଥିତ ଥିଲେ.। ଏଥିରେ ୫୦ ଜଣ ଗରିବ ମହିଲାଙ୍କୁ ଏହି ହାଇଜେନିକ କୀଟ ବଣ୍ଟନ କରାଯାଇଥିଲା।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ