କାମାକ୍ଷନଗର (ମସିହା ନିଉଜ୍ ସର୍ଭିସେସ) ୩୦/୦୯_ଆଜି ବିଳମ୍ୱିତ ରାତ୍ରିର ଘୋର ଅନ୍ଧକାର ନିସ୍ତବଧ ପ୍ରହରରେ କାମାକ୍ଷାନଗର ଵ୍ଲକ ବାଉଁସପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଵୁଳାପଶି ସ୍ଵପ୍ନେଶ୍ଵର ଶୈବପୀଠରେ ଚାଲିଥିଵା ମା ଦୁର୍ଗାଙ୍କ ଶୋଳପୂଜାର ଚତୁର୍ଦ୍ଦଶ ଦିବସରେ ତଥା ନବରାତ୍ରର ପଞ୍ଚମ ଦିବସରେ କାମାକ୍ଷାନଗର ଅଞ୍ଚଳର ଯୁବ ସମାଜସେବୀ ତଥା ଭେଷଜଜ୍ଞ ଜ୍ୟୋଷ୍ଠ ଭ୍ରାତା ଶ୍ରୀଯୁକ୍ତ ହଟକିଶୋର ବିଶ୍ଵାଳ ଏଵଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଙ୍କା ଵିଶ୍ଵାଳ ଙ୍କ ଭଳି ଆଧ୍ୟାତ୍ମିକଵାଦୀ ଦମ୍ପତିଙ୍କ ସହ ପହଞ୍ଚି ମନ୍ଦିର ଟ୍ରଷ୍ଟି କମିଟିର ଵରେଣ୍ୟ ସଭାପତି ନିଶାକର ଵାଵୁ ଏଵଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦଙ୍କ ସହିତ ମା ଦୁର୍ଗା ଙ୍କ ସାକ୍ଷାତ ଦିଵ୍ୟ ଦୁର୍ଲଭ ଦର୍ଶନ କରିବାର ଅହୋଭାଗ୍ୟ ସାଙ୍ଗକୁ ଶୋଳପୂଜା ଏଵଂ ନବରାତ୍ର ପୂଜାରେ ନିୟୋଜିତ ପୂଜ୍ୟ ବ୍ରାହ୍ମଣ ପଣ୍ଡିତ ଶ୍ରୀ ଅରକ୍ଷିତ ମହାପାତ୍ରଙ୍କ ଦ୍ଵାରା ଶୁଦ୍ଧ ଵେଦ ମନ୍ତ୍ର ଆହୁତ ଯଜ୍ଞ ପାଖରେ ରହିଵାର ସୁଯୋଗ ପାଇ ଭକ୍ତ ଧନ୍ୟ ହେଲେ l ବିଭିନ୍ନ ଗ୍ରାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀର ଭାଇ ଓ ଭଉଣୀ ମାନଙ୍କ ସହ ଆଧ୍ୟାତ୍ମିକମୟ ଆସର ଭିତରେ ପ୍ରଭୁ ନାମ ନେଇ ସାମୁହିକ ପ୍ରସାଦ ସେବନ କରି ଦେଵୀ କୃପା ମଧ୍ୟ ଭକ୍ତ ଲାଭ କଲେ l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ