ଯୌବନ ଉଛୁଳା ନିର୍ଝରଣୀ
ପ୍ରେମ ଦରିଆରେ ପ୍ରୀତିର ନଉକା
ଭାସି ଯାଉ ଥିଲା ଦୂରେ
ତୁମେ ଥିଲ ମୋର ବାହୁ ବନ୍ଧନରେ
ପ୍ରେମ ହେଲା ଏକାନ୍ତରେ।।
ଓଠେ ଓଠେ ଯୋଡ଼ି ଆସ୍ବାଦନ କରି
ପୀରତି ନାମକ ମଧୁ
ଦେଖିବା ପାଇଁ କି କେହି ତ ନଥିଲେ
ଦେଖୁଥିଲା ଖାଲି ବିଧୁ।।
ଲାଜ ଲାଗିବାରୁ ଓଢ଼ଣା ତଳରେ
ଉଭୟ ମୁଖ ଲୁଚାଇ
ଆଖି ଆଖି ଆମ ମିଶୁଥିଲା ଚାରି
ପୀରତି ପଡ଼ିଲା ବୋହି।।
ଦେହରେ ବଢ଼ିଲା ଏ କେମିତି ତାତି
ଖେଳିଗଲା ଶିହରଣ
ଛୁଉଁଥିଲା ଆସି ଦୂର ପ୍ରଦେଶରୁ
ମଳୟର ସମୀରଣ।।
ମୁକୁଳା ହୋଇଲା କେଶ ରାଶି ତୁମ
ଚୁମିଲି ଆଡ଼େଇ ଗ୍ରୀବା
କର୍ଣ୍ଣ ପ୍ରଦେଶରେ ତୁମେ କହିଦେଲ
ଡେରି କର ପ୍ରିୟ କିବା।।
ପ୍ରେମାଗ୍ନି ଜଳୁଛି ଦେହ ସାରା ମୋର
ଶାନ୍ତ କର ପ୍ରିୟ ବର
କାମନା ନିଆଁରେ ଘିଅ ଢ଼ାଳି ତାକୁ ଆଉ ଉତ୍ତେଜିତ କର।।
ଦେହରେ ଖେଳିଲା ଭୀମ ସମ ତେଜ
ଆଉ ନକରିଲି ଡେରି
ଯୌବନ ଉଛୁଳା ନିର୍ଝରଣୀ ପରା
ତୁରିତ ପଡ଼ିଲା ଝରି।।
ସୌଦାଗର ବିଶ୍ବାଳ
ଯାଜପୁର