Uncategorizedସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା ଉତ୍କଳ ମଣି ଗୋପ ବନ୍ଧୁ by Sunil Chandra NayakOctober 9, 2022057 Share1 ଉତ୍କଳ ମଣି ଗୋପ ବନ୍ଧୁ ସୁରେଶ ଚନ୍ଦ୍ର ପାଢୀ ଅକ୍ଟବର ମାସ ନଅ ତାରିଖ ରେ ଉତ୍କଳ ଜନନୀ ଧନ୍ୟ ହୋଇଲେ ଏହି ଶୁଭ ଦିନେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମେ ଉତ୍କଳ ମଣି ଜନ୍ମ ନେଲେ ପିଲା ଟି ଦିନୁ ଦୁଃଖ ବୁଝି ବାକୁ ଧାଇଁ ଯାଉ ଥିଲେ ପ୍ରତି ଓଡ଼ିଆର ବିପତ୍ତି ବେଳର ଦରଦୀ ବନ୍ଧୁ ସେ ପାଲଟି ଗଲେ ବରଷା ଦିନେ ନଦୀ ରେ ଯେବେ ବନ୍ୟା ଆସି ଯାଉ ଥିଲା ଦୁଃଖ କଷ୍ଟେ ଥିବା ମଣିଷ ଙ୍କୁ ଦେଖି ଗୋପ ବନ୍ଧୁ ଙ୍କ ଲୁହ ଝରୁ ଥିଲା ଖାଲି ପାଦେ ଯାଇ ଦୁର୍ଗମ ପଥ କୁ ସେ ସେବା ଦେଉ ଥିଲେ ବିପତ୍ତି ରୁ ରକ୍ଷା କରି ସେ ଲୋକଙ୍କୁ ଶାନ୍ତି ଲଭୁ ଥିଲେ ନିଜେ ନ ଖାଇ ନିଜ ଅର୍ଥ ରେ ଚୁଡା ଚାଉଳ ଔଷଧ ଯୋଗାଉଥିଲେ ଦୁଃଖ ବେଳ ରେ ସାହା ହୋଇ ସେ ତ ବଞ୍ଚି ବାକୁ ରାହା ଦେଲେ ନିଜ ସ୍ତ୍ରୀ ପୁତ୍ର ର ମୋହ କୁ ଛାଡି ଦେଶ ପାଇଁ ଆଗେଇ ଗଲେ ନିଜ ସ୍ୱାର୍ଥ ଛାଡି ମାନବ ସେବା ରେ ନିଜ ପୁତ୍ର ବି ହରାଇ ଥିଲେ ଗରିବ ତୁଣ୍ଡ ରେ ଆହାର ଦେଇ ସଦା ସେ ହସୁ ଥିଲେ ମିଶୁ ମୋର ଦେହ ଏ ଦେଶ ମାଟିରେ କାବ୍ୟ ରେ ସେ କହି ଗଲେ ସ୍ଵଦେଶ ପ୍ରେମ ରେ ବିନା ଦୋଷେ ଜେଲ ଯାଇ ଥିଲେ ବନ୍ଦୀ ର ଆତ୍ମ କଥା କରା କବିତା ଭଳି ସୃଷ୍ଟି ରଚନା କଲେ ଗୋପ ବନ୍ଧୁ ଆମ ଦୁଃଖ ର ବନ୍ଧୁ ଅମର ହୋଇ ରହିଲେ ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ସେ ଯଶ କୀର୍ତି ରଖି ଗଲେ ବୁଗୁଡ଼ା, ଗଞ୍ଜାମ