ବୌଦ୍ଧ -14/10- ବୌଦ୍ଧ ସହର ସ୍ଥିତ ବୁଟୁପାଲି ଯାହାକି ବୌଦ୍ଧ ବିଜ୍ଞାପିତ ପରିଷଦର 12 ନମ୍ବର୍ ୱାର୍ଡ ରେ ଅବସ୍ଥିତ । ଏଠାରେ ମହାଲକ୍ଷ୍ମୀ ଙ୍କ ପୂଜା ଯାହାକି ଗଜଲକ୍ଷ୍ମୀ ପୂଜା ଆଜକୁ 17 ବର୍ଷ ହେବ 6 ଦିନ ପାଇଁ ମହାଆଡମ୍ବରରେ ପାଳିତ ହୋଇଆସୁଥିଲା l କିନ୍ତୁ କୋଭିଡ଼ କଟକଣା ଯୋଗୁଁ ବିଗତ 2 ବର୍ଷ ପାଇଁ ଏହି ପୂଜାର୍ଚ୍ଚନା ବନ୍ଦ ରହିଥିଲା ,ସେଥିପାଇଁ ଭକ୍ତମାନେ ମାଙ୍କ ସେବାରୁ ବଞ୍ଚିତ ଥିବା ଯୋଗୁଁ ମନରେ ବହୁତ ଦୁଃଖ ଥିଲା । କିନ୍ତୁ ଏହିବର୍ଷ କଟକଣl ଉଠି ଯାଇଥିବାରୁ ଭକ୍ତଙ୍କ ମନରେ ଖୁସୀ ଦେଖିବାକୁ ମିଳିଥିଲା l ଯାହାକି ଏହି ବୁଟୁପାଲି ଗ୍ରାମରେ ଘରେଘରେ ପୂର୍ଣ କଳସି ,ମୁରୁଜରେ ଝୁଟି ଓ ତାହା ସହିତ ବହୁତ ସୁନ୍ଦର ତୋରଣ ସହିତ ଦୀପ ଜାଳି ମାଆଙ୍କୁ ପୂଜାର୍ଚ୍ଚନା କରାଯିବାର ଦୃଶ୍ୟମାନ ହେଉଥିଲା । ଆହୁରି ମଧ୍ୟ ମାଆଙ୍କର ପୂଜା ମଣ୍ଡପରେ ପାଖାପାଖି 5000ରୁ ଅଧିକ ଦୀପ ଜଳା ଯାଇଥିବାର ଦେଖିବାକୁ ମିଳିଥିଲା । ମାଆ ଲକ୍ଷ୍ମୀ ଙ୍କ ଷଷ୍ଠୀ ପୂଜା ହେଉଥିବାରୁ ପ୍ରତିଦିନ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା ଓ ସଂନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାର ଦେଖିବାକୁ ମିଳୁଛି ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ