ରାଉରକେଲା/ ସହରର ଅଗ୍ରଣୀ ନାଟ୍ଯାନୁଷ୍ଠାନ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଦୁଇଟି ନାଟକ ଛେଣ୍ଡ ଭିଏସଏସ ମାର୍କେଟ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ବାଳଙ୍କ ସଭାପତିତ୍ବରେ ଓ ସଂପାଦକ ଅଜିତ କୁମାର ସେନାପତିଙ୍କ ଆବାହକତ୍ବରେ ଆୟୋଜିତ ଏହି ନାଟକ ଦ୍ବୟରେ ଅତିଥିଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ଦିଲ୍ଲୀପ ମହାପାତ୍ର, ନାଟ୍ଯ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ଜେନା, ସିନେ ଅଭିନେତା ପ୍ରଶାନ୍ତ ପତି, ରଂଜିତ ପ୍ରଧାନ, ସାମ୍ବାଦିକ ବିରଞ୍ଚି ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନାଟକ ଦ୍ବୟକୁ ଉପଭୋଗ କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ବାଟରୁ କିଣିଲି ହାଟସଉଦା ନାଟକକୁ ନାଟ୍ଯକାର ମଳୟ ରାଉତ ରଚନା କରିଥିବା ବେଳେ ଏଇତ ସମୟର ଖେଳ କୁ ନାଟ୍ଯକାର ଅଜିତ କୁମାର ସେନାପତି ରଚନା କରିଥିଲେ । ଉଭୟ ନାଟକକୁ ନାଟ୍ଯ ନିର୍ଦ୍ଦେଶକ ସୁରେନ୍ଦ୍ର ପାଢୀ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସୁବାସ ରାଉତ । ନାଟକ ଦ୍ବୟରେ ସର୍ବଶ୍ରୀ ଭରତ,ବାପି,ପପୁ,ଚଗ,ସୂର୍ଯ୍ୟ,ଗଙ୍ଗା, ପପୁଶର୍ମା,ବୁବୁନ,ପିତାମ୍ବର,ଅଜିତ,ଧନ,ନରି,ଶୁଭେନ୍ଦୁ,ବାବୁ,ମାମା,ଲିଜା,ରୋଜାଲିନ୍, ଅମ୍ବିକା ଓ ସୀମା ପ୍ରମୁଖ ଅଭିନୟ କରିଥିଲେ । ଏହି ନାଟକ ଦ୍ବୟକୁ ବହୁ ଦର୍ଶକ ଉପଭୋଗ କରିଥିବା ବେଳେ ପରିଷଦର ସଭାପତି ଶ୍ରୀ ବିଶ୍ବାଳ ଓ ସଂପାଦକ ଶ୍ରୀ ସେନାପତି ଆଗାମୀ ଦିନରେ ନାଟକ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖି କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ