ପାପଡାହାଣ୍ଡି ,31/10, ମନିସ :- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ ପିତାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ମାନେ ସ୍କୁଲ ଛାତ କାମ କରୁଥିବା ଏକ ଭିଡ଼ିଓ ସୋମବାର ମୋବାଇଲ ଭାଇରଲ ହୋଇଛି | କୁନି କୁନି ଛାତ୍ର ମାନେ ହାତରେ ଗାମଲା ଧରି ବାଲି ବୋହୁ ଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହାକୁ ନେଇ ଗ୍ରାମରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ, ପ୍ରଧାନ ଶିକ୍ଷକ ତାଙ୍କୁ ଆକ୍ରୋଶ ମୂଳକ ଉଦେଶ୍ୟ ରଖି ଫସା ଯାଉଥିବା କହିଛନ୍ତି | ଭିଡିଓ ଭାଇରାଲ ପରେ ବିଇଓଙ୍କ ନିର୍ଦେଶ କ୍ରମେ ସିଆରସିସି ବିଦ୍ୟାଳୟରେ ତଦନ୍ତ କରିଛନ୍ତି | ସୂଚନା ଅନୁସାରେ, ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ 122ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି l ଛାତ ରୁ ବର୍ଷା ଦିନେ ପାଣି ଗଳୁଥିବାରୁ ଛାତ ମରାମତି କାମ ଚାଲିଛି l ରବିବାର ଛୁଟି ଥିବାରୁ ପ୍ରଧାନ ଶିକ୍ଷକ ଗୌତମ ସାହୁ ସ୍କୁଲକୁ ଯାଇଥିଲେ ଛାତ କାମ କରାଇବା ଲାଗି | ବିଦ୍ୟାଳୟରେ ପାଠ ପଢୁ ଥିବା ପଞ୍ଚମ ଶ୍ରେଣୀ ର ଛାତ୍ର ଲମ୍ବୁଧର ମାଝୀ, ଅଷ୍ଟମ ଶ୍ରେଣୀ ର ନବୀନ ଗୌଡ଼, ମାଧବ ଗୌଡ଼, ଗଣପତି ମାଝୀ କାମ କରୁଥିବା ର ଏକ ଭିଡ଼ିଓ ପରେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା l ଯାହାକି ୧ରୁ ୧୪ ବର୍ଷ ପର୍ଯ୍ୟନ୍ତ ଛୋଟ ଛୋଟ ପିଲା ମାନଙ୍କୁ କୈାଣସି କାମରେ ନିୟୋଜିତ କରାଯାଇ ପାରିବ ନାହିଁ ବୋଲି ନିୟମ ଥିବା ବେଳେ ଏ ନିୟମ କୁ ପ୍ରଧାନ ଶିକ୍ଷକ ଜଣକ ଵେଖାତିରି କରି ସମସ୍ତ ନିତୀ ନିୟମ କୁ ଉଲଂଘନ କରି ବିଦ୍ୟାଳୟ ର କଠିନ କାମକୁ ଛୋଟ ଛୋଟ ଛାତ୍ର ମାନଙ୍କୁ କାମ କରାଇଥିଲେ ବୋଲି କିଛି ଅଭିଭାବକ ଦେଖିବା ପରେ ପ୍ରଧାନ ଶିକ୍ଷକଙ୍କ ସହ ବଚଷା ହୋଇଥିଲା । ପ୍ରଧାନଶିକ୍ଷକ ଗୌତମ ସାହୁ ଙ୍କୁ ପଚାରିବାରୁ ସେ କହିଥିଲେ, ସ୍କୁଲ ରେ ପାଚେରୀ ନ ଥିବା ଯୋଗୁଁ ପିଲାମାନେ ଖେଳୁଥିଲେ l ମୁଁ ଶ୍ରମିକ ମାନଂକୁ ଖୋଜିବା ପାଇଁ କମିଟି ସଭାପତି ଙ୍କ ଘରକୁ ଯାଇଥିଲି l ଉକ୍ତ ସମୟ ରେ କେହି ଫସାଇବା ପାଇଁ ପିଲାମାନଙ୍କ ଦ୍ୱାରା କାମ କରି ଭିଡ଼ିଓ ଭାଇରଲ କରିଛି । ଯାହା ଫଳରେ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକ କାର୍ଯ୍ୟ କଳାପ ଉପରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ପାପଡାହାଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀ ଏ ବିଷୟରେ ଖବର ପାଇବା ପରେ ଏ ଵିଈଓ ଵାଲକରାମ ରନ୍ଦାରି ଓ ସିଆରସିସି ସନିଆ ସୁନାନିଙ୍କୁ ବିଦ୍ୟାଳୟ କୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଆରସିସି ବିଦ୍ୟାଳୟ କୁ ଯାଇ ଏ ଭିଡିଓ ଭାଇରାଲ ର କେତେ ସତ୍ୟାସତ୍ୟ ତଦନ୍ତ କରିଥିଲେ। ସୁନାନି ଙ୍କ କହିବା ଅନୁଯାୟୀ ଏ ଘଟଣାକୁ ତଦନ୍ତ କରିଛି। ଏ ବିଷୟରେ ବ୍ଲକ ଶିକ୍ଷା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି। ମଙ୍ଗଳବାର ଏବିଇଓ ପୁଣି ଠାରେ ତଦନ୍ତ କରିବେ ବୋଲି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ