ଢେଙ୍କାନାଳ( ମସିହା) ୧୭/୧୧_କଙ୍କଡାହାଡ ଥାନା ଡ଼ଙ୍ଗାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ, ସଂନ୍ଦେହ ଜନକ ମୃତ୍ୟୁ |ମୃତକ ଛାତ୍ରୀ ଜଣକ ବିଦ୍ୟାଳୟ ନିକଟରେ ଥିବା କସ୍ତୁରବା ଛାତ୍ରୀନିବାସ ରେ ରହି ପାଠ ପଢୁଥିଲେ |ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସୂଚନା ମୁତାବକ ଗତ ପନ୍ଦର ତାରିଖ ସକାଳ୬ଟା ରେ ଏହି ଛାତ୍ରୀ ଜଣ ଙ୍କ ର କୌଣସି କାରଣ ରୁ ବାନ୍ତି ହୋଇଥିଲା, ତେବେ ତାଙ୍କୁ ପ୍ରଥମେ ବାନ୍ତି ବଟିକା ଦିଆଯାଇଥିବା ବେଳେ,ପରେ କଙ୍କଡାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷା ନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଥିଲା |ତେବେ ଆସିବା ବାଟରେ ତାଙ୍କର ମୃତ୍ୟୁ ହୋଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ |ସେପଟେ ଛାତ୍ରୀ ଜଣକ ଘର ପନାସିଆ ଗାଁ ରେ ହୋଇଥିବା ବେଳେ,ବିଦ୍ୟାଳୟ କତୃପକ୍ଷ ଙ୍କ ଅବହେଳା ରୁ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି |ତେବେ ଖବର ପାଇ ମେଡିକାଲ ରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ,କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ସହ କାମାକ୍ଷା ନଗର ଏସଡିପିଓ ଓ କଙ୍କଡାହାଡ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି |
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ