ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖନ୍ତଛକ ମାର୍କେଟ କମ୍ପ୍ଲେକ୍ସକୁ ବଡାମତଳିଆ ଓଡିଶା ଗ୍ରାମ୍ୟ ବ୍ଯାଙ୍କର ସ୍ଥାନାନ୍ତରିତ

 ମୟୂରଭଞ୍ଜ – ୨୮/୧୧/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବଡାମତଳିଆ ଗ୍ରାମସ୍ଥ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବଡାମତଳିଆରୁ ଖନ୍ତ ମାର୍କେଟ କମ୍ପ୍ଲେକ୍ସକୁ ସ୍ତାନ୍ତରିତ ହୋଇଛି।୧୯୮୧ ମସିହାରୁ ଅବସ୍ଥାପିତ ଦୀର୍ଘ ୪୧ବର୍ଷରୁ ଉର୍ଦ୍ଧ୍ବ ହେବ ବଡାମତଳିଆରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗୃହଟି ଜରାଜୀର୍ଣ୍ଣ ହେବାରୁ ବାଧ୍ୟ ହୋଇ ନଵ ନିର୍ମିତ ଗୃହ ଖନ୍ତଛକକୁ ସ୍ତାନ୍ତରିତ କରାଯାଇଛି।ନୂତନ ଗୃହ ପ୍ରବେଶ ଦିବସରେ ବିଜାତଳା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୋଗରଂଜନ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଫିତା କାଟି ଶୁଭ ଉଦଘାଟନ କରିଥିଲେ।ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟ ପ୍ରସାଦ ରଥ ବ୍ୟାଙ୍କର ସରକାରଙ୍କ ବିଭିନ୍ନ ଯୋଜନା, ଋଣପ୍ରଦାନ ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଗ୍ରାହକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଏଥିରେ ଶାଖା ପରିଚାଳକ ନୀତିଶ କୁମାର ମାଝୀ,କ୍ୟାସିୟର ଶାନ୍ତିଲତା ଟିପିରିଆ, ମନୀଷା ଟୁଡୁ ସହଯୋଗ କରିଥିଲେ।ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟାଙ୍କ ଗ୍ରାହକ ଉପସ୍ଥିତ ରହି ଟଙ୍କା ନେଣଦେଣ ଆରମ୍ଭ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ବାବା ବଳିଆ ଯୁବ ଅନୁଷ୍ଠାନ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!