Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ by Sunil Chandra NayakDecember 9, 2022066 Share0 ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ ଜୟ ଜଗନ୍ନାଥ ଜଗତର ନାଥ ଶ୍ରୀକ୍ଷେତ୍ର ମଉଡମଣୀ , ତୁମେହିଁ ଅନନ୍ତ ତୁମେ ଅଣାକାର ପରମବ୍ରହ୍ମ ଅନ୍ତର୍ଯ୍ୟାମୀ। ତୁମେ ଦାରୁବ୍ରହ୍ମ ତୁମେ ନାଦବ୍ରହ୍ମ ତୁମେ ପ୍ରଭୁ ତ୍ରାଣକର୍ତ୍ତା, ଭକତ ଜୀବନ ଭକତ ରତନ ତୁମେହିଁ ଭାଗ୍ୟବିଧାତା। ଭକତ ଉଦ୍ଧାରୁ ପାପୀକୁ ସଂହାରୁ ଧର୍ମ ସଂସ୍ଥାପନ ପାଇଁ, ଭକତ କଷଣ କରି ନିବାରଣ ଶରଣ ରକ୍ଷଣ ତୁହି। ହେଉ ସେ ପାଞ୍ଚାଳୀ ଧ୍ରୁବ ପ୍ରହଲ୍ଲାଦ ଅବା ଭକ୍ତ ସାଲବେଗ , ଭାବଗ୍ରାହୀ ତୁମେ କରିଛ ଉଦ୍ଧାର ସାକ୍ଷୀ ଅଛି ଚାରି ଯୁଗ । ବସିଛ ଶ୍ରୀକ୍ଷେତ୍ରେ ପ୍ରଭୁ ଶଙ୍ଖକ୍ଷେତ୍ରେ ଜଗତ କଲ୍ୟାଣ ପାଇଁ, ହେ କଳାଶ୍ରୀମୁଖ ନହୋଇ ବିମୁଖ ଶରଣ ଦିଅ ହେ ସାଇଁ। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍, ତିହିଡି ଭଦ୍ରକ