୭୨ ଘଣ୍ଟା ସମୟ ନେଲା ପ୍ରଶାସନ । ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ।
ଧର୍ମଗଡ:୦୯/୧୨/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ରେ ଆଜି ଚାଷୀ ମାନେ ବିଭିନ୍ନ ସମସ୍ୟା ର ସମାଧାନ ନେଇ ଧାରଣା ଦେଇଥିଲେ । ଚାଷୀ ଙ୍କ ପକ୍ଷ ରୁ ୫ଦଫା ସମ୍ବଳିତ ଦାବିପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏହି ଅବସର ରେ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଈ ଥିଲା । ଖଇରପଦର କୃଷି ସେବା ସମବାୟ ସମିତି ଅଧିନ ରେ ପରିଚାଳିତ ହେଉଥିବା ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ରେ ବିଭିନ୍ନ ସମସ୍ୟା ର ସମାଧାନ ନେଇ ଆଜି କୃଷି ଓ କୃଷକ କଲ୍ୟାଣ ସମିତି ପକ୍ଷରୁ ଧାରଣା ଦିଆ ଯାଇଥିଲା । ସମିତି ର ଆବାହକ ଲକ୍ଷ୍ମୀ କାନ୍ତ ବାଗ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଚାଷୀ ନେତା ପ୍ରହଲ୍ଲାଦ ମୁଣ୍ଡ, ଶାନ୍ତନୁ ମୁଣ୍ଡ, ଦାମ ମୁଣ୍ଡ, ମହେନ୍ଦ୍ର ବାଗ, ରମଣୀ ରଂଜନ ମୁଣ୍ଡ , ଅଂଶୁମାନ ପାତ୍ର ଙ୍କ ସମେତ ଅନ୍ୟ ଚାଷୀ ମାନେ ଏଥିରେ ସାମିଲ ହୋଇଥିଲେ । ମୁଖ୍ୟତଃ ଖଇର ପଦର ସେବା ସମବାୟ ସମିତି ର ଅବହେଳା ଯୋଗୁ ୫୫ ଜଣ ଚାଷୀ ଅନ ଲାଇନ ପଞ୍ଜି କରଣ ରୁ ବଞ୍ଚିତ ହୋଇ ଖରିଫ ଧାନ ବିକ୍ରୀ କରି ବାରୁ ବଞ୍ଚିତ ହୋଇ ଛନ୍ତି ତୁରନ୍ତ ସେମାନଙ୍କୁ ଟୋକନ ପ୍ରଦାନ କରାଯିବା ମୂଖ୍ୟ ଦାବୀ ରହିଥିବା ବେଳେ । ଜଣେ ଜଣେ ଚାଷୀ ୧୦୦ କ୍ଵିଣ୍ଟାଲ ଧାନ ଅମଳ କରିଥିବା ବେଳେ ସେମାନଙ୍କୁ ଅଳ୍ପ କିଛି ଧାନ ବିକ୍ରୀ ପାଇଁ ଟୋକନ ପ୍ରଦାନ କରାଯାଇଛି ସେମାନେ ଅବଶିଷ୍ଟ ଧାନ ବିକ୍ରୀ ପାଈ ଟୋକନ ପ୍ରଦାନ କରାଯିବା, ମଣ୍ଡି ରେ କଟନି ଛଟନି ବନ୍ଦ ହେବା , ମଣ୍ଡି ରେ ଆବଶ୍ୟକୀୟ ଭିତ୍ତି ଭୂମୀ ସଜାଡ଼ିବା ସହ ମଣ୍ଡି କୁ ଆସୁଥିବା ଧାନ ଶିଘ୍ର ଶିଘ୍ର ଉଠାଣ ପାଇଁ ଦାବୀ କରାଯାଇଛି । ତେବେ ଚାଷୀ ଙ୍କ ଧାରଣା ଦୀର୍ଘ ୪ ଘଣ୍ଟା ଧରି ଜାରି ରହି ଥିବା ବେଳେ ପ୍ରଶାସନ ପକ୍ଷ ରୁ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ଏଆରସିଏସ ଭିକାରୀ ଚରଣ ସେଠ୍ ସେଠାରେ ପହଞ୍ଚି ଧାରଣା ରତ ଚାଷୀ ଙ୍କ ସହ ଆଲୋଚନା କରି ଦାବୀ ପତ୍ର ଗ୍ରହଣ କରିଥିଲେ । ଆସନ୍ତା ସୋମବାର ସୁଦ୍ଧା ଦାବୀ ଗୁଡିକ ପୁରଣ କରା ହେବା ନେଇ ପ୍ରତିଶୃତି ମିଳିବା ପରେ ଚାଷୀ ଙ୍କ ଧାରଣା ପ୍ରତ୍ୟାହୃତ ହୋଈ ଥିଲା ।