ରୁପ୍ରା, ୯/୧୨ (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ସିପିଆଇ (ଏମ୍) ର ପୂର୍ବତନ ବ୍ଲକ୍ ସଭାପତି ତଥା ନର୍ଲାରୋଡ୍ ବାସିନ୍ଦା ଗୁରୁଚରଣ ସାହୁଙ୍କ ୭୭ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଆଜି ପୂର୍ବାହ୍ନ ଘ ୧୨/୩୦ ମିନିଟ୍ ସମୟରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ଶେଷ ସମୟରେ ବଡପୁଅ ନବକିଶୋର, ସାନପୁଅ ଯୋଗେଶ୍ଵର, ପୁତ୍ରବଧୁ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ସାହୁଙ୍କ ସମେତ ଝିଅ ଓ ଜ୍ୱାଇଁ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସିପିଆଇ (ଏମ୍) ର ବରିଷ୍ଠ ସଦସ୍ୟ ସତ୍ୟଜିତ ଚାଟାର୍ଜୀ, ଗଙ୍ଗା ପ୍ରହରାଜ, ରାଧେଶ୍ୟାମ୍ ମହାରଣା, ଭୂବନ ମାଝୀ ଓ ଗ୍ରାମବାସୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ସ୍ୱର୍ଗତ ଗୁରୁଚରଣଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିବା ବେଳେ ସାନ୍ଦୁଲ୍ ନଦୀ କୂଳରେ ବଡପୁଅ ନବକିଶୋର ମୁଖାଗ୍ନି ଦେଇଥିଲେ।
previous post