ରାଉରକେଲା/ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ସୁନ୍ଦରଗଡ ଅଟୋ ଆସୋସିଏସନ୍ ତରଫରୁ ସେକ୍ଟର ୭ସ୍ଥିତ ସିଅର କାର୍ଯ୍ୟାଳୟ ଠାରେ ଗାନ୍ଧୀ ତିରୋଧନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ତଥା ସିଅର ର ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ଙ୍କ ସଭପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ହରିହର ରାଉତରାୟ, ଇଂ ଅଭୟ କୁମାର ଦାସ,ଶ୍ରମିକ ନେତା ପ୍ରକାଶ ନାୟକ, ଗୁଣନିଧି ବଳ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ସତ୍ୟାନନ୍ଦ ବେହେରା, ଅଟୋ ଆସୋସିଏସନ୍ର ସଂପାଦକ ଭୂବନ ବେହେରା, ଗିରିଶ ନାୟକ, ହେମନ୍ତ ବେଉରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅତିଥି ମାନେ ଗାନ୍ଧୀ ଙ୍କୁ ଦେଶର ପ୍ରାଣକର୍ତ୍ତା ଭାବେ ଅଭିହିତ କରି କହିଲେ ଯେ ଗାନ୍ଧୀଜୀଙ୍କ ରାଜନୀତି- ସେବା ଓ ଧର୍ମର ଅପୂର୍ବ ସମନ୍ବୟ ଥିଲା। ସେଥିଲେ ବୈପ୍ଳବିକ ଚିନ୍ତାଧାରା ଏବଂ କର୍ମର ମୂର୍ତ୍ତି ବନ୍ତ ପ୍ରତୀକ। ତାଙ୍କର ଆଭିମୁଖ୍ଯ ଥିଲା ଭାରତର ଜନମାନସକୁ ନୂତନ ଦିଗଦର୍ଶନ ଦେବା। ଏହାସହ କିଛି ଅତିଥି ଗାନ୍ଧୀଙ୍କ ବିରୁଦ୍ଧରେ ହେଉଥିବା କୁତ୍ସାରଟନା କୁ ବିରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗୁରୁଦତ୍ତ ବାରିକ, ଅଶୋକ କୁମାର ବାରିକ, ପ୍ରଭାତ ତ୍ରିପାଠୀ, ପ୍ରକାଶ ପ୍ରମୋଦ, ଅନିଲ କୁମାର ସାହୁ, ରଂଜିତ ମହାନ୍ତି, ମଳୟ ସେଠୀ, ନିରଞ୍ଜନ ନାଏକ, ହରି ବେହୁରିଆ,ସୁଶ୍ରୀ ଲିପି ଘୋଷ, ଲିଜା ମହାରଣା, ମୁକ୍ତା ଛତ୍ରିଆ, ସନ୍ତୋଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ବାସୁ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ ।
previous post