କୋକସରା, -ସାନ ଟେମରୀ ଗାଁରେ ଆରମ୍ଭ ହୋଇଥିବା ବୋଡେନ ମାଉଲୀ କ୍ରିକେଟ ଚମ୍ପିୟାନ ଟ୍ରଫି ର ଆଜି ଫାଇନାଲ ମ୍ୟାଚ ହେବା ସହ ଉଦ୍ଯପିତ ହୋଇ ଯାଇଛି । ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ମ୍ୟାଚ ରେ ୧୬ ଟି ଦଳ ଭାଗ ନେଇଥିଲେ । ଆଜି ଫାଇନାଲରେ ଟେମରା ଏମ୍ ଏମ୍ ସି ସି ଦଳ ସହ ବେଲଗୁଡା ଦଳ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଲଗୁଡା ଦଳ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ ହରାଇ ୧୨୫ ରନ୍ ସଂଗ୍ରହ କରିଥିଲେ । ତା ବିପକ୍ଷରେ ଟେମରା ଦଲ ୧୨ ଓଭରରେ ୭ ୱିକେଟ ହରାଇ ୧୦୩ ରନ୍ ସଂଗ୍ରହ କରି ୨୨ ରନ୍ ରେ ପରାଜିତ ହୋଇଥିଲେ । ଆଜିର ଉଦ୍ ଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ସରୋଜ ସିଂ , ଜଗ ମୋହନ ମାଝୀ, ସମୀର ସାହୁ, ସ୍ୱର୍ଣ୍ଣଲତା ମାଝୀ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳ କୁ ଟ୍ରଫି ସହ ୧୭ ହଜାର ଟଙ୍କା ଓ ରନର୍ସ ଅପ ଦଳ କୁ ଟ୍ରଫି ସହ ୧୩ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ମ୍ୟାନ ଅଫ ଦ ସିରିଜ ବେଲଗୁଡା ଦଳର ଆଲୋକ କୁ ପ୍ରଦାନ କରାଯାଇଥିଲା । ଆଜିର ଫାଇନାଲ ଖେଳ ଅନନ୍ତ ମାଝୀ ଓ ସୁରେଶ ସିଂ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ଦାୟିତ୍ବ ରେ ଋତୁରାଜ ମାଝୀ ରହିଥିଲେ । ଶିବ ପ୍ରସାଦ ସୁନାନୀ ଓ ବସନ୍ତ ଖର୍ସେଲ ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆୟୋଜକ ମା ବୋଡେନ ମାଉଲୀ ଅନୁଷ୍ଠାନ ର ସଭାପତି ତୁଲାରାମ ମାଝୀ, ସମ୍ପାଦକ ସୁଵେଶ୍ୱର ନାଗ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ମ ନି ସ
previous post