ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନୁଷ୍ଠିତ ହେଲା କୃଷ୍ଣ ପ୍ରସାଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

ବାଲେଶ୍ଵର,୧୩/୧୨/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଠାରେ ଥିବା କୃଷ୍ଣ ପ୍ରସାଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ମହାତ୍ମାଗାନ୍ଧୀ ସାରା ବିଶ୍ୱର ପିତା ଥିଲେ, କିନ୍ତୁ ସମଗ୍ର ଭାରତବାସୀଙ୍କ ହୃଦୟରେ ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ବୋଲି କହିଥିଲେ । ଲୋକ ସେବକ ମଣ୍ଡଳ ଦ୍ୱାରା ପରିଚାଳିତ ଶିକ୍ଷା କେନ୍ଦ୍ରର ବାର୍ଷିକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ପାଣିଗ୍ରାହୀ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ଦୈନିକ ସମାଜ ଏଵେବି ଖଵର କାଗଜ ମଧ୍ୟରେ ସ୍ଥିତି ଭିନ୍ନ । କାରଣ ଯେତେ ଖଵର କାଗଜ ପଡ଼ିଲେ ମଧ୍ୟ ସମାଜ ଖବର କାଗଜ ଖଵର ପରିବେଷଣ ନିଆରା ହୋଇଥିଲା ବେଳେ ସତ୍ୟତାକୁ ସଵୁଵେଳେ ମୂଳ ଆଧାରରେ ବଜାୟ ରଖିଆସିଛି । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସମାଜ ଏକ ଖବରକାଗଜ ନୁହେଁ ଲୋକଙ୍କ ଦୁଃଖ ସମୟରେ ସାଥି ହୋଇଥାଏ ଵୋଲି ମତଵ୍ୟକ୍ତ କରିଥିଲେ । ସମାଜ ସେବୀ ଡାକ୍ତର ଅମରେନ୍ଦ୍ର ଓ ଡାକ୍ତର ସୁପ୍ରଭା ଦାସ ସେମାନେ ଆମ ଅଞ୍ଚଳ ତଥା ସମାଜ ପାଇଁ ଆର୍ଦଶ ସାଜିଛନ୍ତି । ତାଙ୍କ ଅନୁଷ୍ଠାନକୁ ସରକାରଙ୍କ ତରଫରୁ ସଵୁ ପ୍ରକାର ସହାୟତା ଯୋଗାଇ ଦେବେ ଵୋଲି ପ୍ରକାଶ କରିଥିଲେ ବିଧାୟକ । ଏହି ଅଵସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଡାକ୍ତର ସୁପ୍ରଭା ଦାସ ଓ ଇଂ ଅମରେନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଲୋକସେବକ ମଣ୍ଡଳ ଓଡିଶା ଶାଖାର ସଭାପତି ଡ଼ଃ ନିରଞ୍ଜନ ରଥ ଯୋଗ ଦେଇ ଦାନ, ବିନମ୍ରତା ଇଶ୍ୱରଙ୍କ ଇଚ୍ଛାରେ ହୋଇଥାଏ, ଦୁଇ ସ୍ୱର୍ଗତ ଆତ୍ମାର ଇଚ୍ଛା ପୂରଣ ହୋଇଥିଲା ବେଳେ ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ମଣିଷ କରି ଗଢି ତୋଳିବାର ପ୍ରୟାସ ଜାରି ରଖିବ ଵୋଲି ପ୍ରକାଶ କରିଥିଲେ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ପ୍ରସାଦ ପାଢୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଗୁରୁଭକ୍ତି, ସଦଗୁରୁଙ୍କ ପଦାଙ୍କ ଅନ୍ୱେଷଣ ଈଶ୍ୱର ପ୍ରାପ୍ତିର ସୁପଥ ଦେଖାଇଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଗୁରୁଭକ୍ତି ହେବାକୁ ପରାମର୍ଶ ଦେଵା ସହିତ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠାନ ପ୍ରତି ସହଯୋଗର ହାତ ଵଢାଇଵେ ଵୋଲି ପ୍ରକାଶ କରିଥିଲେ । ଏଥିରେ ସମାଜସେବିକା ଝରଣା ପଟ୍ଟନାୟକ ଯୋଗ ଦେଇ ସ୍ୱାମୀ ଓ ସ୍ତ୍ରୀଙ୍କର ସମାଜ ପ୍ରତି ଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଯୁଵତୀ ଚାଲାଣ, ନିଶାନିବାରଣ ଓ ଯୌତୁକ ବିରୋଧରେ ସ୍ୱର ଉତ୍ତୋଳନ କରୁ ଥିବା ଡାକ୍ତର ସୁପ୍ରଭା ଜଣେ ସମାଜର ସୁପଥପ୍ରଦର୍ଶକ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ଼ଃ ପ୍ରଭାସ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିସରରେ ରେ ଅନୁଷ୍ଠିତ ଵିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଡାକ୍ତର ଆଚାର୍ଯ୍ୟ ତାଙ୍କ ସଭାପତି ଭାଷଣରେ ସମାଜର ଲାଭାଂଶରେ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ, ଘରପୋଡି ଓ ଅସହାୟ ମାନଙ୍କୁ ସହାୟତା ପ୍ରଦାନ କରିବାରେ ସମାଜ ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ । ମାନସ ରଞ୍ଜନ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିକ୍ଷାକେନ୍ଦ୍ର କାର୍ଯ୍ୟକାରୀ ପ୍ରଧାନ ଆଚାର୍ଯ୍ୟା ମଲ୍ଲୀ ଘଡେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମାଜ ଖବରକାଗଜର ଉତ୍ତର ଓଡ଼ିଶା ସଂସ୍କରଣ ବରିଷ୍ଠ ଶାଖା ପରିଚାଳକ ମଧୁସୂଦନ ଦାସ, ଜିଲ୍ଲା ପ୍ରତିନିଧି ରତିକାନ୍ତ ପାଢୀ, ଖଇରା ବ୍ଲକ ପ୍ରତିନିଧି କୈଳାସ ଚନ୍ଦ୍ର ଦାସ, ସୋର ପ୍ରତିନିଧି ରାଜାରାମ ଦାସ ଓ ଚନ୍ଦ୍ରମୋହନ ମହାପାତ୍ରଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ପିତାମାତା, ଅଭିଭାବକ/ଅଭିଭାବିକା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା କେନ୍ଦେରା

Sunil Chandra Nayak

ଫୁଟବଲ ଦଳକୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା 

Sunil Chandra Nayak

କୋକସରାରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ସମାବେଶ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort