କାମାକ୍ଷାନଗର (ମ ନି ସ)15/12/ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ତେନ୍ତୁଳିଶିଙ୍ଗା ସ୍ଥିତ ରାମେଶ୍ବର ମନ୍ଦିରର ପାର୍ବତି ମନ୍ଦିରରୁ ଚୋରି। ମାଆଙ୍କ ରୁପା ମୁକୁଟ,ଖଡୁ ଓ ସୁନା ଅଳଙ୍କାର ଚୋରିହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୁତ୍ତ। ଆଜି ସକାଳୁ ପୂଜକ ମନ୍ଦିର ନିତିକରିବା ପାଇଁ ଆସିବା ବେଳକୁ ରାମେଶ୍ବର ମନ୍ଦିରର ଗେଟ ତାଲା ପାର୍ବତୀ ମନ୍ଦିରର ତାଲା ଭାଙ୍ଗି ଗେଟ ଖୋଲା ପଡିଥିଲା। ମନ୍ଦିର ଭିତରକୁ ପଶି ଦେଖିଲାବେଳକୁ ପାର୍ବତୀ ମନ୍ଦିରର ମାଙ୍କର ରୁପା ମୁକୁଟ,ରୁପା ଖଡୁ ଓ ସୁନା ଅଳଙ୍କାର ଚୋରି ହୋଇଯାଇଛି। ଏ ନେଇ ମନ୍ଦିର କମିଟିକୁ ଜଣାଇଥିଲେ l
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ