ଥୁଆମୂଳ ରାମପୁର : (ମ.ନି.ସ) :- ପୁର୍ତ୍ତ ବିଭାଗ ଅଧିନରେ ହେଉଥିବା ଅଧିକାଂଶ ରାସ୍ତା ନିର୍ମାଣ ଓ ନିମ୍ନମାନର ମରାମତି କାର୍ଯ୍ଯ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଚୂପ ରହିବା ଏକ ପ୍ରକାର ଜନସାଧାରଣ ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଅଛି, ରାସ୍ତା ମରାମତି ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବାର ସୁଯୋଗ ନେଇ ଠିକାଦାର ନିମ୍ନମାନର କାର୍ଯ୍ଯ କରୁଛନ୍ତି, ଏହା ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ପଡୁଥିବା ବେଳେ ମରାମତି କାର୍ଯ୍ଯରେ ମଧ୍ୟ ଅଳ୍ପ ଦିନରେ ପିଚୁ ଉଠିଯିବା ଘଟଣା ହିଁ ଆଶ୍ଚର୍ଯ୍ୟ ବିଷୟ ଛଡା ଆଉ କିଛି ନୁହେଁ। ନିମ୍ନମାନର ପିଚୁ କାର୍ଯ୍ଯ କରାଯାଇଛି ଯାହାଫଳରେ ରାସ୍ତାରେ ପକାଯାଇଥିବା ପିଚୁ ଅଳ୍ପ ଦିନ ମଧ୍ୟରେ ଉଠିଯାଇଛି। ଯାହାକି ଜନସାଧାରଣ ଓ ଯାନବାହାନ ଚଳାଚଳ ପ୍ରତି ବିପଦ ସଙ୍କେତ ରହୁଛି। ଏଭଳି ଏକ ରାସ୍ତା ମରାମତି କରାଯାଇଛି ତାହା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଓ କଲମପୁର ବ୍ଳକ କୁ ସଂଯୋଗ କରୁଥିବା ମଧ୍ୟ ଭାଗରେ ଥିବା ସିଂଙ୍ଗାରୀ ଘାଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ସିଙ୍ଗାରୀ ଘାଟି ଅଞ୍ଚଳ ରାସ୍ତାରେ ଯାନବାହନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ କାରଣରୁ କେତେକ ଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତରଫରୁ ପ୍ରଯ୍ଯାପ୍ତ ପରିମାଣ ରେ ଅର୍ଥ ଆସୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଲାଭଖୋର ମନୋଭାବ ଯୋଗୁଁ ନିମ୍ନମାନର କାମ କରାଯାଇଥିବା ଦେଖିବାକୁ ମିଳିଛି। ସିଙ୍ଗାରୀ ଘାଟି ରାସ୍ତା ହେଉଛି ଥୁଆମୂଳ ରାମପୁର ବ୍ଳକ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ରାସ୍ତା ଏହି ରାସ୍ତା ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି। ଏହି ରାସ୍ତା ସଂଯୋଗ କରୁଅଛି ଯାହାକି କଲମପୁର, ଜୟପାଟଣା, ଭବାନୀପାଟଣା, ଧର୍ମଗଡ, ନବରଙ୍ଗପୁର, ରାୟଗଡା ଭଳି ଅନେକ ସ୍ଥାନ ସହ ଯୋଗଯୋଗର ସୁଗମ ପଥ ଭାବରେ ପରିଚିତ। ସେହି ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଅବହେଳା କରିବା ଶୋଭନୀୟ ନୁହେଁ ବୋଲି ମତପ୍ରକାଶ ପାଉଛି। ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ପିଚୁ ଉଠିଯାଇଛି। ଏହା ପ୍ରତି ବିଭାଗୀୟ ଅଧିକାରୀ ଚୂରନ୍ତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ