l l l ଏଇତ ଜୀବନ l l l
//ବେଣୁଧର ସୂତାର//
ବୟସରେ ରଙ୍ଗ ହୃଦୟେ ତରଙ୍ଗ
ଏହିପରା ସେଇ ମଧୁରକ୍ଷଣ
ଦିବ୍ୟ ଚେତନାର ଶାଶ୍ବତସନ୍ଧାନେ
ମଧୁମୟ କର ନଶ୍ବର ପ୍ରାଣ ।।
ଭାବ ତନ୍ମୟର ଜୀବନ ଅଧ୍ୟାୟ
ସମ୍ଭାବନାର ଏ ସ୍ଵର ସ୍ବାକ୍ଷର
ଭୂମିରୁ ଭ୍ରୂଲତା ଭାବ ତନ୍ମୟତା
ଚିନ୍ତା ଚେତନାର ଛନ୍ଦ ମଧୁର ।।
ଅନ୍ତରୁ ଅନନ୍ତ ଭାବାବେଗ ଚିତ୍ତ
ସୀମାହୀନ ଅନୁପ୍ରାସ ଜୀବନେ
କର୍ମର ମହକ ତରଙ୍ଗ ମାଳାରେ
ଭିଜିଯାଏ ମନ ସୁଖ ସପନେ ।।
ଭବପାରାବାରେ ସମ୍ମୋହନତୀରେ
କର୍ମଯୋଗ ଅନୁସରି ଜୀବନେ
ବିଶ୍ୱାସ ବନ୍ଧନେ ସମର୍ପିତ ମନେ
ମାନବୀୟ ଧର୍ମ ବିଧି ବିଧାନେ ।।
କର୍ମର ବିଭୂତି ମିଠା ଅନୁଭୂତି
ମୁକୁଳା ବୁକୁର ବିଶ୍ୱାସ ଧାରା
କାମନା ରହିତ କର୍ମର ସାଧନେ
ମଧୁମୟ ଲାଗେ ଏ ବସୁନ୍ଧରା ।।
କର୍ମ ଯୋଗସାର ସଂସ୍କୃତି ସଂସ୍କାର
ଜୀବନଚର୍ଯ୍ୟା ର ଚାରୁ ନିଧାନ
ଧାର୍ମିକ ଭାବନା ମହତ ସାଧନା
ମିଳଇ ଜୀବନେ ଶ୍ରଦ୍ଧା ସମ୍ମାନ ।।
ସୌଭାଗ୍ୟ ଉଦୟ ଦିବ୍ୟ ପରିଚୟ
ଯଶ ଗୌରବର ସ୍ବର୍ଣ୍ଣ ଅଧ୍ୟାୟ
ବଭୁପଦେ ଭାବ ବିଭୂତି ବୈଭବ
ନଶ୍ବର ଜୀବନ ଗାରିମାମୟ ।।
ଏଇତ ଜୀବନ ସୁଖଦାୟୀ ସ୍ବନ
ଅଭିଯାନ ଧର୍ମ କର୍ମ ସାଧନେ
ଜାଗହେ ଜାଗୃତ ଜୀବନ ବୃତ୍ତାନ୍ତେ
ପରମ ସତ୍ୟର ଅନୁସନ୍ଧାନେ ।
କେଶଦୁରାପାଳ କେନ୍ଦୁଝର