ଉତ୍କେଲା,୧୬/୧୨, କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଉତ୍କେଲା ସରକାରୀ ଲାଲବାହାଦୁର ବିଦ୍ୟାପୀଠ ର ଶୁକ୍ରବାର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶୁଭଶ୍ରୀ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିରଞ୍ଚି ନାରାୟଣ ପ୍ରଧାନ ଓ ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ନରେଶ ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବିଭିନ୍ନ ପ୍ରକାର ଖେଳକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗଣ ପରିଚାଳନା କରିଥିଲେ । କ୍ରିଡା ଉତ୍ସବରେ ଶିକ୍ଷୟିତ୍ରୀ ଦୁଃଖୀମଣି ଦେଇ,ପୁଷ୍ପା ମହାରଣା ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
previous post