ଚନ୍ଦାହାଣ୍ଡି-16/12(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜୁନାପାଣି ବିଦ୍ୟାଳୟରେ ଆଜି ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ଏହି ପ୍ରତିଯୋଗିତା ଶେଷ ହେବାକୁ ରହିଅଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ୱାର୍ଡ ସଭ୍ୟ,ବିଦ୍ୟାଳୟ ସଭାପତି ତଥା ଗ୍ରାମବାସୀ, ଛାତ୍ର ଛାତ୍ରୀ, ଓ ଶିକ୍ଷକ /ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ରିମିଚନ ଚୌହାନଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସଦସ୍ୟ ମାନେ ଶ୍ରୀଗଜାନନଙ୍କର ପୂଜାର୍ଚ୍ଚନା ପୂର୍ବକ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ଏହି ଅବସରରେ ବାଳିକା ଓ ବାଳକମାନଙ୍କ ଅଖା ଦୌଡ,ଗଣିତ ଦୌଡ, ଶହେ ମିଟର ଦୌଡ, ଆଳୁ ଚାମଚ,ସ୍କିପିଙ୍ଗ ,ମ୍ୟୁଜିକ୍ ଚେୟାର୍ ,ପୁଚି,ହାଣ୍ଡି ଭଙ୍ଗା,ଆଳୁ ଚାମଚ ଦୌଡ ,ସଂଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉକ୍ତ କ୍ରୀଡାକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ସହକାରୀ ଶିକ୍ଷୟତ୍ରୀ ସସ୍ମିତା ବେହେରା, ଭାନୁମତି ମହାରଣା ଖେଳକୁ ପରିଚାଳନା କରିଥିଲେ । ଏହି କ୍ରୀଡାରେ ସ୍କୁଲ ସଭାପତି ଭୀମସେନ ଡଙ୍ଗରି,ମୋତିରାମ ରୋତି, ଡମ୍ବରୁଧାର ଚୌହାନ, ପଦ୍ମନ ହାତୀ, ତ୍ରିନାଥ ସିଙ୍ଗଲପୁରିଆ, ଦେବାନନ୍ଦ ମାଝୀ, ଖଗେଶ୍ୱର ମାଝୀ, ଦୁର୍ମିଲା ମାଝୀ, ତରୁଣୀ ସିଙ୍ଗଲପୁରିଆ, ମଞ୍ଜୁଳା ସିହ୍ନl, ୱାର୍ଡ ସଭ୍ୟ ଅନିରୁଦ୍ଧ ବାଘ,ଗଜେନ୍ଦ୍ର ନିଆଲ ପ୍ରମୁଖ ଉପସ୍ଥିତ ରହି କ୍ରୀଡାରେ ସହଯୋଗ କରିଥିଲେ । ଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲି ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀଚୌହାନ ସୂଚନା ଦେଇଥିଲେ ।
previous post
next post